Champions Trophy 2025: ଆଜି ବି ଟସ୍ ହାରିଲେ ରୋହିତ, ଗେମ୍ ନ ଖେଳି କଲେ ବିଶ୍ୱ ରେକର୍ଡ

ଦୁବାଇ: ମ୍ୟାଚ୍ ଜିତୁଛନ୍ତି ହେଲେ ଟସ୍ ହାରୁଛନ୍ତି। ତେଣୁ ଏହା ରୋହିତଙ୍କ ଭାଗ୍ୟ ନା ଦୁର୍ଭାଗ୍ୟ? ଏ କଥା ଭାବି ଫ୍ୟାନ୍ କନଫ୍ୟୁଜ୍। ରବିବାର ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ବି ଟସ୍ ହାରିଛନ୍ତି ରୋହିତ ଶର୍ମା। ଆଜି ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ପକାଇଲା ବେଳେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।ଅନ୍ୟପଟେ ଟସ୍‌ ହାରିବାରେ ବ୍ରାଏନ୍‌ ଲାରାଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା। ଆଜି ଟସ୍‌ ହାରିବା ପରେ ସେ ଦିନିକିଆ ଅନ୍ତର୍ଜାତୀୟରେ ମୋଟ ୧୨ ଥର ଲଗାତର ଟସ୍‌ ହାରିଛନ୍ତି। ସେହିପରି ସମସ୍ତ ଫର୍ମାଟରେ କହିବାକୁ ଗଲେ ଏହା ରୋହିତଙ୍କର ୧୫ ତମ ଟସ୍ ହାରିବା।ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ୍‌ ଲାରା ମଧ୍ୟ ଅନ୍ତର୍ଜାତୀୟ ଲଗାତର ୧୨ ଥର ଟସ୍ ହାରିଥିଲେ। ବ୍ରାଏନ୍ ଲାରା ଅକ୍ଟୋବର ୧୯୯୮ ରୁ ମାର୍ଚ୍ଚ ୧୯୯୯ ପର୍ଯ୍ୟନ୍ତ ୧୨ ଥର ଲଗାତର ଟସ୍ ହାରିଥିଲେ। ନେଦରଲ୍ୟାଣ୍ଡର ପିଟର୍‌ ବୋରେନ୍‌ ମଧ୍ୟ ଦିନିକିଆରେ ଲଗାତାର ୧୧ ଥର ଟସ୍‌ ହାରିଥିଲେ। ଭାରତ ଶେଷ ଥର ପାଇଁ ନଭେମ୍ବର ୨୦୨୩ରେ ଏହି ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ହିଁ ଟସ୍ ଜିତିଥିଲା।ଭାରତ ଓ ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ   ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର   ପଟେଲ, କେଏଲ ରାହୁଲ, ହାର୍ଦ୍

Champions Trophy 2025: ଆଜି ବି ଟସ୍ ହାରିଲେ ରୋହିତ, ଗେମ୍ ନ ଖେଳି କଲେ ବିଶ୍ୱ ରେକର୍ଡ

ଦୁବାଇ: ମ୍ୟାଚ୍ ଜିତୁଛନ୍ତି ହେଲେ ଟସ୍ ହାରୁଛନ୍ତି। ତେଣୁ ଏହା ରୋହିତଙ୍କ ଭାଗ୍ୟ ନା ଦୁର୍ଭାଗ୍ୟ? ଏ କଥା ଭାବି ଫ୍ୟାନ୍ କନଫ୍ୟୁଜ୍। ରବିବାର ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ବି ଟସ୍ ହାରିଛନ୍ତି ରୋହିତ ଶର୍ମା। ଆଜି ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ପକାଇଲା ବେଳେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।
ଅନ୍ୟପଟେ ଟସ୍‌ ହାରିବାରେ ବ୍ରାଏନ୍‌ ଲାରାଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା। ଆଜି ଟସ୍‌ ହାରିବା ପରେ ସେ ଦିନିକିଆ ଅନ୍ତର୍ଜାତୀୟରେ ମୋଟ ୧୨ ଥର ଲଗାତର ଟସ୍‌ ହାରିଛନ୍ତି। ସେହିପରି ସମସ୍ତ ଫର୍ମାଟରେ କହିବାକୁ ଗଲେ ଏହା ରୋହିତଙ୍କର ୧୫ ତମ ଟସ୍ ହାରିବା।
ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ୍‌ ଲାରା ମଧ୍ୟ ଅନ୍ତର୍ଜାତୀୟ ଲଗାତର ୧୨ ଥର ଟସ୍ ହାରିଥିଲେ। ବ୍ରାଏନ୍ ଲାରା ଅକ୍ଟୋବର ୧୯୯୮ ରୁ ମାର୍ଚ୍ଚ ୧୯୯୯ ପର୍ଯ୍ୟନ୍ତ ୧୨ ଥର ଲଗାତର ଟସ୍ ହାରିଥିଲେ। ନେଦରଲ୍ୟାଣ୍ଡର ପିଟର୍‌ ବୋରେନ୍‌ ମଧ୍ୟ ଦିନିକିଆରେ ଲଗାତାର ୧୧ ଥର ଟସ୍‌ ହାରିଥିଲେ। ଭାରତ ଶେଷ ଥର ପାଇଁ ନଭେମ୍ବର ୨୦୨୩ରେ ଏହି ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ହିଁ ଟସ୍ ଜିତିଥିଲା।
ଭାରତ ଓ ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ   ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର   ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର   ଜାଡ଼େଜା, କୁଲଦୀପ ଯାଦବ/ୱାସିଂଟନ ସୁନ୍ଦର,  ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ । 
ନ୍ୟୁଜିଲାଣ୍ଡ: ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, କେନ   ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ,   ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ   ସାଣ୍ଟନର (ଅଧିନାୟକ), କେଲି ଜାମିସନ, ମାଟ୍‌    ହେନରୀ/ଜାକବ ଡଫି/ନାଥାନ ସ୍ମିଥ୍‌, ୱିଲ ଓ’ରୁର୍କ ।