୨୦୧୯ ରୁ ୨୦୨୪: ଶାଢ଼ିର ରଙ୍ଗ ମାଧ୍ୟମରେ କେଉଁ ବାର୍ତ୍ତା ଦେଇଛନ୍ତି ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତ୍ୟେକ ଶାଢ଼ି ରଙ୍ଗରେ କିଛି ବାର୍ତ୍ତା ଦେଇଛନ୍ତି। ୨୦୧୯ ରୁ ୨୦୨୪ ସେ ବିଭିନ୍ନ ବାର୍ତ୍ତା ଦେଇଛନ୍ତି। କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ ଉପସ୍ଥାପିତ ହୋଇଛି। ଏଥର ତାଙ୍କୁ ଏକ ହାଲକା ନୀଳ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ତାଙ୍କୁ ନାଲି, ହଳଦିଆ ଏବଂ ଗୋଲାପୀ ରଙ୍ଗର ଶାଢ଼ିରେ ମଧ୍ୟ ଦେଖିବାକୁ ମିଳିଥିଲା। ଚଳିତ ୨୦୨୪ […] The post ୨୦୧୯ ରୁ ୨୦୨୪: ଶାଢ଼ିର ରଙ୍ଗ ମାଧ୍ୟମରେ କେଉଁ ବାର୍ତ୍ତା ଦେଇଛନ୍ତି ଅର୍ଥମନ୍ତ୍ରୀ… appeared first on Dharitri Odia News.

୨୦୧୯ ରୁ ୨୦୨୪: ଶାଢ଼ିର ରଙ୍ଗ ମାଧ୍ୟମରେ କେଉଁ ବାର୍ତ୍ତା ଦେଇଛନ୍ତି ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତ୍ୟେକ ଶାଢ଼ି ରଙ୍ଗରେ କିଛି ବାର୍ତ୍ତା ଦେଇଛନ୍ତି। ୨୦୧୯ ରୁ ୨୦୨୪ ସେ ବିଭିନ୍ନ ବାର୍ତ୍ତା ଦେଇଛନ୍ତି।

କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ ଉପସ୍ଥାପିତ ହୋଇଛି। ଏଥର ତାଙ୍କୁ ଏକ ହାଲକା ନୀଳ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ତାଙ୍କୁ ନାଲି, ହଳଦିଆ ଏବଂ ଗୋଲାପୀ ରଙ୍ଗର ଶାଢ଼ିରେ ମଧ୍ୟ ଦେଖିବାକୁ ମିଳିଥିଲା।

ଚଳିତ ୨୦୨୪ କାମଚଳା ବଜେଟ ନୂତନ ସରକାର ଗଠନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ବଜେଟ ଉପସ୍ଥାପନ ସମୟରେ ହାଲକା ନୀଳ ରଙ୍ଗର ଶାଢ଼ି ପିନ୍ଧିଥିଲେ। ନୀଳ ରଙ୍ଗକୁ ଗତିଶୀଳ, ଚଞ୍ଚଳ ଏବଂ ଜୀବନ ପ୍ରଦାନକାରୀ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ।

ବଜେଟ ୨୦୨୩ରେ ସେ ଗାଢ଼ ଼ ନାଲି ଏବଂ କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ। ଉଭୟ ରଙ୍ଗର ମିଶ୍ରଣ କୁସାହସିକତା ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ ।

ବଜେଟ ୨୦୨୨ରେ ସେ ବ୍ରାଉନ ଶାଢ଼ି ପିନ୍ଧିଥିଲେ। ଏହି ରଙ୍ଗ ହେଉଛି ନିରାପତ୍ତାର ପ୍ରତୀକ।

ବଜେଟ ୨୦୨୧ରେ ସେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହା ଶକ୍ତି ଏବଂ ନିଷ୍ଠାର ପ୍ରତୀକ ।

ବଜେଟ ୨୦୨୦ରେ ଅର୍ଥମନ୍ତ୍ରୀ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହା ଉତ୍ସାହ ଏବଂ ଶକ୍ତିର ପ୍ରତୀକ ।

ବଜେଟ ୨୦୧୯ରେ ଗାଢ଼ ଗୋଲାପୀ ରଙ୍ଗ ଶାଢ଼ି ପିନ୍ଧିଥିଲେ। ଏହି ରଙ୍ଗ ଗମ୍ଭୀରତା ଏବଂ ସ୍ଥାୟିତ୍ୱର ପ୍ରତୀକ ଭାବରେ ପରିଗଣିତ ହୋଇଥାଏ।

The post ୨୦୧୯ ରୁ ୨୦୨୪: ଶାଢ଼ିର ରଙ୍ଗ ମାଧ୍ୟମରେ କେଉଁ ବାର୍ତ୍ତା ଦେଇଛନ୍ତି ଅର୍ଥମନ୍ତ୍ରୀ… appeared first on Dharitri Odia News.