Champions Trophy: ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର
କରାଚୀ,୧୬ା୨: ପାକିସ୍ତାନ ଫାଷ୍ଟ ବୋଲର ହାରିସ ରୌଫ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇଛନ୍ତି। ତେଣୁ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍ରେ ଖେଳିବା ନେଇ ବଡ଼ ସୂଚନା ମିଳିଛି। ଫଳରେ ଚାମ୍ପିୟନ୍ସ ଟ୍ରଫର ଓପନିଂ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ଆସିଛି ଖୁସି ଖବର। ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ହାରିସଙ୍କ ଛାତି ନିମ୍ନ ଭାଗ ମାଂସପେଶୀରେ ସମସ୍ୟା ଦେଖା ଦେଇଥିଲା। ହାରିସ ହେଉଛନ୍ତି ପାକିସ୍ତାନ ଅନ୍ୟତମ ପ୍ରମୁଖ ବୋଲର। ମିଡଲ ଓଭରରେ ଉଇକେଟ […] The post Champions Trophy: ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର appeared first on Dharitri Odia News.
କରାଚୀ,୧୬ା୨: ପାକିସ୍ତାନ ଫାଷ୍ଟ ବୋଲର ହାରିସ ରୌଫ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇଛନ୍ତି। ତେଣୁ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍ରେ ଖେଳିବା ନେଇ ବଡ଼ ସୂଚନା ମିଳିଛି। ଫଳରେ ଚାମ୍ପିୟନ୍ସ ଟ୍ରଫର ଓପନିଂ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ଆସିଛି ଖୁସି ଖବର।
ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ହାରିସଙ୍କ ଛାତି ନିମ୍ନ ଭାଗ ମାଂସପେଶୀରେ ସମସ୍ୟା ଦେଖା ଦେଇଥିଲା। ହାରିସ ହେଉଛନ୍ତି ପାକିସ୍ତାନ ଅନ୍ୟତମ ପ୍ରମୁଖ ବୋଲର। ମିଡଲ ଓଭରରେ ଉଇକେଟ ନେବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି। ଆଘାତପ୍ରାପ୍ତ ଥିବା ସତ୍ତ୍ୱେ ଚୟନକର୍ତ୍ତାମାନେ ହାରିସଙ୍କୁ ଦଳରେ ସ୍ଥାନ ଦେଇଥିଲେ। କେବଳ ସେତିକି ନୁହେଁ ତାଙ୍କର ବିକଳ୍ପ ଭାବେ ଆକିଫ୍ ଜାଭେଦଙ୍କୁ ରଖିଥିଲେ।
ହାରିସ ୪୬ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଖେଳି ୮୩ ଉଇକେଟ ଅକ୍ତିଆର କରିଛନ୍ତି। ଏହାଛଡ଼ା ୭୯ ଅନ୍ତର୍ଜାତୀୟ ଟି୨୦ରେ ସେ ୧୧୦ ଉଇକେଟ ହାସଲ କରିଛନ୍ତି। ସେ ନିଜକୁ ଜଣେ ହ୍ବାଇଟ୍ ବଲ ସ୍ପେଶାଲିଷ୍ଟ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ମହମ୍ମଦ ଅମିର ଶନିବାର ଏକ ଟିଭି ଚ୍ୟାନେଲକୁ ତାଙ୍କର ଏକ ସାକ୍ଷାତ୍କାରରେ ଚାମ୍ପିୟନ୍ସ ଟ୍ରଫି ଦୃଷ୍ଟିରୁ ହାରିସଙ୍କ ଫିଟ୍ନେସକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ପେସ୍ ବୋଲର ଜଣକ ଯଦି ପାର୍ଶ୍ୱ ଯନ୍ତ୍ରଣାର ଶିକାର ହୋଇଥାନ୍ତି ତେବେ ତାଙ୍କୁ ସୁସ୍ଥ ହେବା ଲାଗି ୫ରୁ ୬ ସପ୍ତାହ ସମୟ ଲାଗିବ। ତ୍ରିରାଷ୍ଟ୍ରୀୟ ସିରିଜରେ ପାକିସ୍ତାନ ଶୁକ୍ରବାର ଫାଇନାଲ ସମେତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଥର ପରାଜିତ ହୋଇଛି। ଗତଥରର ଚାମ୍ପିୟନ ଦଳ ହୋଇଥିବାରୁ ପାକିସ୍ତାନ ଏହାର ଓପନିଂ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବ।
The post Champions Trophy: ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର appeared first on Dharitri Odia News.