Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଏଭଳି ଭୁଲ୍ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭଲ ମଣିଷକୁ ମଧ୍ୟ ନଷ୍ଟ କରିଦେବ । ମଣିଷ ଯେତେ ଭଲ ଓ ସର୍ବତ୍ତମ ହେଉ ନା କାହିଁକି ଏହି ଭୁଲ୍ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ କୁପ୍ରଭାବ ପକାଇ ଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ....

Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ନୀତି ଉପରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ବିଭିନ୍ନ ବିପଦ ଓ ବଡ ଭୁଲ୍ କରିବାରୁ ବଞ୍ଚିତ ହେବେ । ଆଜି ଆମେ ଚାଣକ୍ୟଙ୍କର ଏଭଳି ଏକ ନୀତି ବିଷୟରେ କହିବାକୁ ଯାଉଛୁ । ଏହି ଭୁଲ୍ କରନ୍ତୁ ନାହିଁ ଯାହାଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଏହି ଭଳି ଭୁଲ୍‌ରୁ ସମସ୍ତେ ବଞ୍ଚିବା ଦରକାର । ଚାଲନ୍ତୁ ଜାଣିବା କଣ ଏହି ଭୁଲ୍ ।

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ:

ଆପଣ ଯେତେ ବି ଭାଗ୍ୟବାନ୍ ହୁଅନ୍ତୁ ନା କାହିଁକି । କେବେ ବି ପୂର୍ବରୁ ଚିନ୍ତା ନକରି କୈଣସୀ ନୂତନ କାର୍ଯ୍ୟ କରିବା ଉଚିତ ନୁହେଁ । କୈଣସୀ କାମ କରିବା ପୂର୍ବରୁ ଯୋଜନା କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯୋଜନା ନକରି କାର୍ଯ୍ୟ ଆରମ୍ଭ କରିବା ଆପଣଙ୍କୁ ବିନାଶର ପଥକୁ ନେଇ ଯାଇଥାଏ । ଯୋଜନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ କାର୍ଯ୍ୟ ଭଲ ଭାବେ ସମାପ୍ତ ହୋଇଥାଏ । ଯଦି ଆପଣ ଚିନ୍ତା ନକରି କାମ କରନ୍ତି ତେବେ ଆପଣଙ୍କର ଉନ୍ନତି ବଦଳରେ ଅଗ୍ରଗତି ହେବ ଓ ଯାହା କିଛି ଆପଣଙ୍କ ପାଖରେ ଅଛି ତାହା ହରାଇ ବସିବେ ।

ଏହି ଭୁଲ ଯୋଗୁଁ ଲକ୍ଷ୍ୟ ହାସଲ ହେବ ନାହିଁ:

ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁଯାୟୀ ଯଦି କୌଣସୀ ବ୍ୟକ୍ତି ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର ଲକ୍ଷ୍ୟ ବିଷୟରେ କାହା ସହିତ ଆଲୋଚନା କରନ୍ତୁ ନାହିଁ । ଯଦି ଆପଣ ଏଭଳି କରନ୍ତି ତାହେଲେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନଙ୍କୁ ଆପଣ ନିଜର ଲକ୍ଷ ବିଷୟରେ ଅଲୋଚନା କରିଥାନ୍ତି ସେମାନେ ଆପଣଙ୍କ ସହ ବିଶ୍ୱାସ ଘାତକତା ମଧ୍ୟ କରିପାରନ୍ତି ।