Chhath Puja: ଆସନ୍ତାକାଲି ଛଟ୍ ପୂଜା, ପ୍ରସ୍ତୁତି ଶେଷ; ପୂଜା ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଚହଳି...

ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକୋ ଛଟି ମାତାଙ୍କ ପୂଜା କରୁଛନ୍ତି। ବଜାରରେ ପୂଜା ସାମଗ୍ରୀ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି।

Chhath Puja: ଆସନ୍ତାକାଲି ଛଟ୍ ପୂଜା, ପ୍ରସ୍ତୁତି ଶେଷ; ପୂଜା ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଚହଳି...

ପବିତ୍ର ଛଟ୍ ପୂଜା ନେଇ ରାଉରକେଲାରେ ଉତ୍ସବମୁଖର ପରିବେଶ। ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକୋ ଛଟି ମାତାଙ୍କ ପୂଜା କରୁଛନ୍ତି। ବଜାରରେ ପୂଜା ସାମଗ୍ରୀ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି। ଫଳମୂଳ ସହ, ପୂଜା ସମାଗ୍ରୀ କିଣାକିଣିରେ ବ୍ୟସ୍ତ ଲୋକ। ଏପଟେ ନଦୀ ଘାଟମାନଙ୍କରେ ବି ପ୍ରସ୍ତୁତି ସରିଛି। ଆଜି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟ ଏବଂ ଆସନ୍ତାକାଲି ସକାଳୁ ଉଦିତ ସୂର୍ଯ୍ୟକୁ ପୂଜା କରିବେ ଶ୍ରଦ୍ଧାଳୁ। ଶାନ୍ତିଶୃଙ୍ଖଳା ତଥା ସୁରକ୍ଷା ପାଇଁ ୪୦ ପ୍ଳାଟୁନ ଫୋର୍ସ ସହ ଓଡ୍ରାଫ ଟିମ୍ ମୁତୟନ ରହିବେ । 

ରାଉରକେଲା ସହରରେ ଛଟ୍ ପୂଜାର ଧୁମ୍। ଆଜି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟ ଏବଂ ଆସନ୍ତାକାଲି ସକାଳୁ ଉଦିତ ସୂର୍ଯ୍ୟକୁ ପୂଜା କରିବେ ଶ୍ରଦ୍ଧାଳୁ। ଏଣୁ ବଜାର-ଘାଟ ସବୁଆଡେ ଉତ୍ସାହର ମାହୋଲ। ରାଉରକେଲାର ସହରରେ ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକ ବସବାସ କରୁଥିବା ବେଳେ, ଛଟ ପୂଜା ପାଇଁ ବଜାର ଘାଟ ସବୁଠି ଲାଗିଲାଣି ଗହଳି ଚହଳି । 

ପୂଜା ପାଇଁ ଆବଶ୍ୟକ  ଆଖୁ, ଗୋଟା ନଡିଆ, ହଲଦୀ ଗଛ, ଅଦା ଗଛ, ମୂଳା ଗଛ, କଦଳୀ , ସେଓ, ନାସପାତି, ପାଣି ସିଙ୍ଗଡା, ଭଳିକି ଭଳି ଫଳ ଏବେ ବଜାରରେ ବିକ୍ରି ହେଉଛି । ଗରିବ ହୁଅନ୍ତୁ ଅବା ଧନୀ ସମସ୍ତେ ମାତା ଛଟିଙ୍କ ପୂଜାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।

ଝିରପାଣି, ବେଦବ୍ୟାସ, ସେକଟର-୧୬, ହମିରପୁର, ବାଲୁଘାଟ ପରି ୪୦ଟି ଘାଟରେ ଛଟ୍ ପୂଜା ପାଇଁ ବ୍ୟବସ୍ଥା ହୋଇଛି । ଘାଟକୁ ସଫା-ସୁତରା କରିବା ସହ ଲାଇଟ ବ୍ୟବସ୍ଥା ହୋଇଛି । ଛଟ ପୂଜା ଚାରିଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଶୁକ୍ରବାର ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପୂଜା ସମାପନ କରିବେ ଶ୍ରଦ୍ଧାଳୁ । ସେପଟେ ଶାନ୍ତିଶୃଙ୍ଖଳା ତଥା ସୁରକ୍ଷା ପାଇଁ ୪୦ ପ୍ଳାଟୁନ ଫୋର୍ସ ସହ ଓଡ୍ରାଫ ଟିମ୍ ମୁତୟନ ରହିବେ।