Chicken Neck Corridor: ଚିକେନ ନେକ୍ କ’ଣ ? ଭାରତର କ୍ଷେତ୍ରୀୟ ସୁରକ୍ଷା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସଂକୀର୍ଣ୍ଣ କରିଡର ?
ସିଲିଗୁଡ଼ି କରିଡରକୁ ଚିକେନ୍ ନେକ୍ କରିଡର ବୋଲି ମଧ୍ୟ କୁହାଯାଏ। ଏହି ଅଞ୍ଚଳ ୬୦ କିଲୋମିଟର ଲମ୍ବା ଏବଂ ପ୍ରାୟ ୨୨ କିଲୋମିଟର ଚଉଡ଼ା । ଏହା ଦେଶର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହି କରିଡର ଦେଇ ଯାଇଥାଏ । ଏହି କରିଡର କୁକୁଡ଼ାର ବେକ ପରି ପତଳା, ତେଣୁ ଏହାକୁ ଚିକେନ ନେକ କୁହାଯାଏ। ଏହି ଅଞ୍ଚଳକୁ ବହୁତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।