Child Returns to Mother after Kidnap Ordeal: ହଜିଲା ପୁଅକୁ ପାଇଲା ମା’; କହିଲା, ଖୋଜିଆଣିଲେ ପ୍ରଭୁ ଶ୍ରୀରାମ
ଆଜି ସତେ ଯେମିତି ଏ ମାଆକୁ ମିଳିଯାଇଛି ଜୀବନଧନ। କାରଣ ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଛି ତାଙ୍କ ଆଖିର ତାରା କେଶବ। ପୁଅ ପିଠିକୁ ସେ ଟିକିଏ ଆଉଁସି ଦେଉଛି, ଆଉ ତା କୁନି ଗାଲରେ ଗେଲ କରିଦେଉଛି। ଏଥିସହ ନିଜ ପଣତ କାନିରେ ପୁଅକୁ ଢାଙ୍କି ଦେଉଛି, କାଳେ ଦୃଷ୍ଟ ସମାଜରେ ପାପୀ ଲୋକଙ୍କର ନଜର ପୁଣି ତା’ପୁଅ ଉପରେ ଲାଗିଯିବ।