CISF ASI Recruitment: ଗ୍ରାଜୁଏସନ୍ କରିଥିଲେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ପୂରଣ ହେବ ୮୩୬ଟି ପଦବୀ
ଆପଣ ଯଦି କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ସୀମିତ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା (LDCE) ମାଧ୍ୟମରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (Exe) ପଦବୀ ପୂରଣ ହେବ।
ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅନ୍ଲାଇନ୍ରେ ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୮୩୬ଟି ପଦବୀ ପୂରଣ ହେବ। ଆପଣ ଯଦି ଜଣେ ଗ୍ରାଜୁଏଟ୍ ତେବେ ଏହାର ସୁଯୋଗ ନେଇ ପାରିବେ।
ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ (CISF) ର ଅଫିସିଆଲ୍ ୱେବ୍ସାଇଟ୍ www.cisf.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ CISF ASI Recruitment Apply For 836 Assistant Sub-inspector Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୦ ଜାନୁୟାରୀ ୨୦୨୪
- ଅନ୍ଲାଇନ ଆବେଦନ ଶେଷ – ୨୦ ଫେବୃଆରୀ ୨୦୨୪
- ହାର୍ଡ କପି ଯାଞ୍ଚ – ୧୦ ମାର୍ଚ୍ଚ ୨୦୨୪
ଅଧିକ ପଢ଼ନ୍ତୁ: ଆପଣଙ୍କ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଛି କି; ଭାରତୀୟ ରେଳବାଇରେ ଚାକିରି ସୁଯୋଗ
ଖାଲି ପଦବୀ:
- UR – ୬୪୯ଟି ପୋଷ୍ଟ୍
- SC – ୧୨୫ଟି ପୋଷ୍ଟ୍
- ST – ୬୨ଟି ପୋଷ୍ଟ୍
- ମୋଟ୍ – ୮୩୬ଟି ପୋଷ୍ଟ୍
ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମ୍ରେ ସ୍ନାତକ ଡିଗ୍ରୀ
- ପ୍ରାର୍ଥୀମାନେ ଗ୍ରେଡ୍ରେ ମୌଳିକ ତାଲିମ ସହିତ ୦୫ ବର୍ଷର ନିୟମିତ ଚାକିରି ସମାପ୍ତ କରିଥିବେ କିମ୍ବା
- ୦୫ ବର୍ଷ ହେଡ୍ କନ୍ଷ୍ଟେବଲ୍ / ଜିଡି କନଷ୍ଟେବଲ / ଜିଡି ଏବଂ କନଷ୍ଟେବଲ / ଟିଏମ୍ ଭାବରେ ୦୧।୦୮।୨୦୨୩ ସୁଦ୍ଧ ନିୟମିତ ଚାକିରିରେ ଥିବେ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୩୫ ବର୍ଷ
- ବୟସ ଗଣନା ୦୧ ଅଗଷ୍ଟ ୨୦୨୩ ଅନୁସାରେ ହେବ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD/ESM – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ଚୟନ ପ୍ରକ୍ରିୟା:
- ସର୍ଭିସ ରେକର୍ଡ ଯାଞ୍ଚ
- ଲିଖିତ ପରୀକ୍ଷା
- ମନସ୍ତାତ୍ତ୍ୱିକ ମାନକ ପରୀକ୍ଷା
- ଶାରୀରିକ ଦକ୍ଷତା ପରୀକ୍ଷା
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଯୋଗ୍ୟତା ପ୍ରମାଣପତ୍ର
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଆଧାର କାର୍ଡ
- ହସ୍ତାକ୍ଷର
- ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
- ବୈଧତା ସହିତ ପଞ୍ଜୀକରଣ ପ୍ରମାଣପତ୍ର
- ଜାତି ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର