CJIଙ୍କ କାର୍ଯ୍ୟକାଳର ଶେଷ ଦିନ, କାର୍ଯ୍ୟକାଳର ଶେଷ ଦିନରେ CJI ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧନା

ଧନଞ୍ଜୟ ନାମରେ ଥିବା ‘ଧନ’ ଶବ୍ଦର ଅର୍ଥ ପାର୍ଥିବ ସମ୍ପଦ ଆହରଣ ନୁହେଁ ।  ଏହାର ଅର୍ଥ ଜ୍ଞାନ ଆହରଣ ବୋଲି ମାଆ ମୋତେ ପିଲାବେଳେ ବୁଝାଇଥିଲେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ।  ନିଜ କାର୍ଯ୍ୟକାଳର ଶେଷ ଦିନରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବିଚାର ବିଭାଗୀୟ ଅଭିଜ୍ଞତା ପାଇଁ କୃତଜ୍ଞତା ଜଣାଇଛନ୍ତି ଚନ୍ଦ୍ରଚୂଡ । ନ୍ୟାୟ ପ୍ରଦାନ ମାଧ୍ୟମରେ […] The post CJIଙ୍କ କାର୍ଯ୍ୟକାଳର ଶେଷ ଦିନ, କାର୍ଯ୍ୟକାଳର ଶେଷ ଦିନରେ CJI ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧନା appeared first on KNews Odisha.

CJIଙ୍କ କାର୍ଯ୍ୟକାଳର ଶେଷ ଦିନ, କାର୍ଯ୍ୟକାଳର ଶେଷ ଦିନରେ CJI ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧନା
chandrachuda cji

ଧନଞ୍ଜୟ ନାମରେ ଥିବା ‘ଧନ’ ଶବ୍ଦର ଅର୍ଥ ପାର୍ଥିବ ସମ୍ପଦ ଆହରଣ ନୁହେଁ ।  ଏହାର ଅର୍ଥ ଜ୍ଞାନ ଆହରଣ ବୋଲି ମାଆ ମୋତେ ପିଲାବେଳେ ବୁଝାଇଥିଲେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ।  ନିଜ କାର୍ଯ୍ୟକାଳର ଶେଷ ଦିନରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବିଚାର ବିଭାଗୀୟ ଅଭିଜ୍ଞତା ପାଇଁ କୃତଜ୍ଞତା ଜଣାଇଛନ୍ତି ଚନ୍ଦ୍ରଚୂଡ ।

ନ୍ୟାୟ ପ୍ରଦାନ ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ବିଚାରପତି ଭାବେ ତାଙ୍କର ସବୁଠାରୁ ବଡ ଉପଲବ୍ଧି ବୋଲି କହିଛନ୍ତି ଚନ୍ଦ୍ରଚୂଡ। ଆଜି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଶେଷ କାର୍ଯ୍ୟ ଦିବସ ଥିଲା। ନିଜ କାର୍ଯ୍ୟକାଳର ଶେଷ ଦିନରେ ଏକ ଔପଚାରିକ ଖଣ୍ଡପୀଠର ଅଧ୍ୟକ୍ଷତା କରି ଚନ୍ଦ୍ରଚୂଡ ନିଜ ବିଚାର ବିଭାଗୀୟ ଯାତ୍ରା ପାଇଁ ଉପସ୍ଥିତ ସହକର୍ମୀ ଓ ଆଇନଜୀବିମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପରେ ଚନ୍ଦ୍ରଚୂଡଙ୍କୁ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିୱାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୯ ନଭେମ୍ବର ୨୦୨୨ରେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଅବସର ପରେ ନଭେମ୍ବର ୧୧ ତାରିଖରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୀବ ଖନ୍ନା।

The post CJIଙ୍କ କାର୍ଯ୍ୟକାଳର ଶେଷ ଦିନ, କାର୍ଯ୍ୟକାଳର ଶେଷ ଦିନରେ CJI ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧନା appeared first on KNews Odisha.