CJIଙ୍କ ଡିପି ଲଗାଇ ବୃଦ୍ଧଙ୍କ କଲେ ଡିଜିଟାଲ ଆରେଷ୍ଟ, ଲୁଟିନେଲେ ୧ କୋଟି ୨୬ ଲକ୍ଷ
ନୂଆଦିଲ୍ଲୀ ୨୪।୧୦: ଗୁଜୁରାଟର ଅହମ୍ମଦାବାଦରେ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୧ କୋଟି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଠକମାନେ ପ୍ରଧାନ ବିଚାରପତିଙ୍କୁ ଡି.ପି. ଲଗାଇ ଏହି କାମ କରିଛନ୍ତି। ଅକ୍ଟୋବର ୧୦ରେ ଜଣେ ବୃଦ୍ଧ ବ୍ୟକ୍ତି ସାଇବର କ୍ରାଇମ ସେଲରେ ଅଭିଯୋଗ କରିଥିଲେ। ତାଙ୍କୁ ଏକ ଭିଡିଓ କଲ୍ ଆସିଥିଲା। ଏହି ଭିଡିଓ କଲ୍ର ଡିପିରେ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଫଟୋ ଥିଲା। ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ହେରଫେର ମାମାଲାରେ ବ୍ୟବହୃତ ହୋଇଛି। ଏହା ପରେ ଦୁର୍ବୃତ୍ତମାନେ ନିଜକୁ ପୋଲିସ୍, ସିବିଆଇ ଅଧିକାରୀ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ପରିଚୟ ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କାର ଟ୍ରାଞ୍ଜେକସନ୍ ହୋଇଥିବା ଠକମାନେ କହିଥିଲେ। ଏନେଇ ବୃଦ୍ଧ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ' ଫୋନ୍ କରିଥିବା ବ୍ୟକ୍ତିମାନେ ତାଙ୍କୁ ଧମକ ଦେଇଥିଲେ। ଆଉ କହିଥିଲେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ମିଳିବ। ପରେ ଆଉ ଜଣେ ବ୍ୟକ୍ତି କହିଥିଲେ ଯେ ତୁମେ ବୃଦ୍ଧ, ତୁମର କୌଣସି ସମ୍ପର୍କୀୟ ନାହାଁନ୍ତି, ତେଣୁ ଯଦି ତୁମେ ଆମକୁ ଏକ ଲିଖିତ ଆବେଦନ କର, ଆମେ ତୁମ ମାମଲାକୁ ପ୍ରାଥମିକତା ଦେବା ପାଇଁ ସୁପ୍ରିମକୋର୍ଟ ଜଷ୍ଟିସଙ୍କୁ ଅନୁରୋଧ କରିବୁ। ତୁମକୁ ଗି
ନୂଆଦିଲ୍ଲୀ ୨୪।୧୦: ଗୁଜୁରାଟର ଅହମ୍ମଦାବାଦରେ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୧ କୋଟି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଠକମାନେ ପ୍ରଧାନ ବିଚାରପତିଙ୍କୁ ଡି.ପି. ଲଗାଇ ଏହି କାମ କରିଛନ୍ତି। ଅକ୍ଟୋବର ୧୦ରେ ଜଣେ ବୃଦ୍ଧ ବ୍ୟକ୍ତି ସାଇବର କ୍ରାଇମ ସେଲରେ ଅଭିଯୋଗ କରିଥିଲେ। ତାଙ୍କୁ ଏକ ଭିଡିଓ କଲ୍ ଆସିଥିଲା। ଏହି ଭିଡିଓ କଲ୍ର ଡିପିରେ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଫଟୋ ଥିଲା।
ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ହେରଫେର ମାମାଲାରେ ବ୍ୟବହୃତ ହୋଇଛି। ଏହା ପରେ ଦୁର୍ବୃତ୍ତମାନେ ନିଜକୁ ପୋଲିସ୍, ସିବିଆଇ ଅଧିକାରୀ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ପରିଚୟ ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କାର ଟ୍ରାଞ୍ଜେକସନ୍ ହୋଇଥିବା ଠକମାନେ କହିଥିଲେ। ଏନେଇ ବୃଦ୍ଧ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି, ' ଫୋନ୍ କରିଥିବା ବ୍ୟକ୍ତିମାନେ ତାଙ୍କୁ ଧମକ ଦେଇଥିଲେ। ଆଉ କହିଥିଲେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ମିଳିବ। ପରେ ଆଉ ଜଣେ ବ୍ୟକ୍ତି କହିଥିଲେ ଯେ ତୁମେ ବୃଦ୍ଧ, ତୁମର କୌଣସି ସମ୍ପର୍କୀୟ ନାହାଁନ୍ତି, ତେଣୁ ଯଦି ତୁମେ ଆମକୁ ଏକ ଲିଖିତ ଆବେଦନ କର, ଆମେ ତୁମ ମାମଲାକୁ ପ୍ରାଥମିକତା ଦେବା ପାଇଁ ସୁପ୍ରିମକୋର୍ଟ ଜଷ୍ଟିସଙ୍କୁ ଅନୁରୋଧ କରିବୁ। ତୁମକୁ ଗିରଫ କରିବୁ ନାହିଁ। କିନ୍ତୁ ଏହି ପରିସ୍ଥିତିରେ ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ଘରେ ଯାଞ୍ଚ କରାଯିବ।'
ଏହାପରେ ଠକମାନେ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। ତାଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ ଏବଂ ତାଙ୍କ ଏଫଡି ବିଷୟରେ ସମସ୍ତ ସୂଚନା ନେଇଥିଲେ। ଆକାଉଣ୍ଟ ଯାଞ୍ଚ ପରେ ୪୮ଘଣ୍ଟା ମଧ୍ୟରେ ଏହି ଟଙ୍କା ଫେରସ୍ତ ହୋଇଯିବ କହି ଠକମାନେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରୁ ଏକ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ୧ କୋଟି ୨୬ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ବୃଦ୍ଧ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ ପୋଲିସ ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କୁ ପୋଲିସ୍ ମଧ୍ୟ ପଚରାଉଚରା ଜାରି ରଖିଛି।