ଦର୍ପଣ ତହସିଲରେ ରାଜଦୋଳ ମେଳନ ଉତ୍ସବ, ପରିବେଷଣ ହେଲା ଲଉଡ଼ି ଖେଳ
ଚଣ୍ଡିଖୋଲ ୨୩।୩: ଗୋବିନ୍ଦ ଆଦି ପୁରୁଷ ଭଗବାନ ଶ୍ରୀ କୃଷ୍ଣଚନ୍ଦ୍ର ମହାପ୍ରଭୁ ଓ ସର୍ବଶକ୍ତି ରୂପିଣୀ ପ୍ରକୃତି ରାଣୀ ଶ୍ରୀ ରାଧା ରାଣୀଙ୍କ ଅପୂର୍ବ ମିଳନର ପର୍ବ ହେଉଛି ଦୋଳ । ଋତୁରାଜ ବସନ୍ତର ଆଗମନରେ ସମଗ୍ର ଜୀବ ଜଗତ ଆହ୍ଲାଦିତ ହୋଇଉଠେ । କୋଇଲିର ସୁମଧୁର ସ୍ୱରରେ ବସନ୍ତ ମଳୟର ଆଗମନ ହୋଇଥାଏ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଦର୍ପଣ ତହସିଲ ଅନ୍ତର୍ଗତ ସୋଲର ଠାରେ ରାଜଦୋଳ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ବ୍ରିଟିଶି ଅମଳରୁ ହୋଉଆସୁଛି । ଏହି ମିଳନକୁ ମୋଟ୍ ୨୭ ଗୋଟି ବିମାନରେ ଦୋଳଗୋବିନ୍ଦ ଜୀୟୁମାନେ ଭକ୍ତଙ୍କ ମେଳରେ ଭୋଗ ଖାଇଥିଲେ । ଶଙ୍ଖ, ଘଣ୍ଟା ହରିବୋଲ, ହୁଳହୁଳି, ଲାହୁଡ଼ି ନୃତ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ରାଜଦୋଳ ମିଳନ ଉତ୍ସବକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହି ଯାତ୍ରା ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ଦୋଳ ରାହାସ ବିହାରୀ ଜୀୟୁମାନଙ୍କୁ ଦର୍ଶନ ଲାଭ କରିଥିଲେ । ପ୍ରତ୍ୟେକ ବିମାନ ଆଗରେ ଗୋପାଳଙ୍କ ଉଗାଳ ସହିତ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା । ପରିଚାଳନା କମିଟି ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସହ ମିଳନ କମିଟି, ଦର୍ପଣ ତହସିଲର ସମସ୍ତ ସଭ୍ୟ ଧାନମଣ୍ଡଳ ବାଜର କମିଟି ପ୍ରମୁଖ ଯୋଗଦେଇ ଯାତ୍ରାକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।You Can Read :ଅଦିନିଆ ବର୍ଷା ସହ କୁଆପଥର ମାଡ ନଷ୍ଟ କରିଦେଇଛି ପନିପରିବା ଚାଷ, କେମିତି ସୁଝି
ଚଣ୍ଡିଖୋଲ ୨୩।୩: ଗୋବିନ୍ଦ ଆଦି ପୁରୁଷ ଭଗବାନ ଶ୍ରୀ କୃଷ୍ଣଚନ୍ଦ୍ର ମହାପ୍ରଭୁ ଓ ସର୍ବଶକ୍ତି ରୂପିଣୀ ପ୍ରକୃତି ରାଣୀ ଶ୍ରୀ ରାଧା ରାଣୀଙ୍କ ଅପୂର୍ବ ମିଳନର ପର୍ବ ହେଉଛି ଦୋଳ । ଋତୁରାଜ ବସନ୍ତର ଆଗମନରେ ସମଗ୍ର ଜୀବ ଜଗତ ଆହ୍ଲାଦିତ ହୋଇଉଠେ । କୋଇଲିର ସୁମଧୁର ସ୍ୱରରେ ବସନ୍ତ ମଳୟର ଆଗମନ ହୋଇଥାଏ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଦର୍ପଣ ତହସିଲ ଅନ୍ତର୍ଗତ ସୋଲର ଠାରେ ରାଜଦୋଳ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ବ୍ରିଟିଶି ଅମଳରୁ ହୋଉଆସୁଛି । ଏହି ମିଳନକୁ ମୋଟ୍ ୨୭ ଗୋଟି ବିମାନରେ ଦୋଳଗୋବିନ୍ଦ ଜୀୟୁମାନେ ଭକ୍ତଙ୍କ ମେଳରେ ଭୋଗ ଖାଇଥିଲେ । ଶଙ୍ଖ, ଘଣ୍ଟା ହରିବୋଲ, ହୁଳହୁଳି, ଲାହୁଡ଼ି ନୃତ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ରାଜଦୋଳ ମିଳନ ଉତ୍ସବକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହି ଯାତ୍ରା ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ଦୋଳ ରାହାସ ବିହାରୀ ଜୀୟୁମାନଙ୍କୁ ଦର୍ଶନ ଲାଭ କରିଥିଲେ । ପ୍ରତ୍ୟେକ ବିମାନ ଆଗରେ ଗୋପାଳଙ୍କ ଉଗାଳ ସହିତ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା । ପରିଚାଳନା କମିଟି ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସହ ମିଳନ କମିଟି, ଦର୍ପଣ ତହସିଲର ସମସ୍ତ ସଭ୍ୟ ଧାନମଣ୍ଡଳ ବାଜର କମିଟି ପ୍ରମୁଖ ଯୋଗଦେଇ ଯାତ୍ରାକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।
You Can Read :
ଅଦିନିଆ ବର୍ଷା ସହ କୁଆପଥର ମାଡ ନଷ୍ଟ କରିଦେଇଛି ପନିପରିବା ଚାଷ, କେମିତି ସୁଝିବ କରଜ ଚିନ୍ତାରେ ଚାଷୀ