ବ୍ରିଜ୍ ତଳକୁ ଖସିପଡିଲା ବାଇକ୍, ଜଣେ ମୃତ, ଆଉ ଜଣେ ଗୁରୁତର

ବାଲିପାଟଣା ୧୩।୦୭ : ବ୍ରିଜ୍‌ ତଳକୁ ଖସିପଡିଲା ବାଇକ୍‌ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲିପାଟଣା ଥାନା ପଇଡ ପାଟଣା ଗାଁ ପ୍ରୀଚୀ ନଦୀ ଉପରେ ନିର୍ମାଣଧୀନ ବ୍ରିଜ୍‌ରେ ଘଟିଛି ଏହି ଦୁର୍ଘଟଣା ।  ଖବର ଅନୁଯାୟୀ, ଓଆର୍‌ ୧୩ ବି ୫୫୦୨ ନମ୍ବର ଥିବା ଏକ ବାଇକ୍‌ରେ ଜଣେ ନାବାଳକ ଏବଂ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ହେଲେ ବାଲିପାଟଣା ଥାନା ପଇଡ ପାଟଣା ଗାଁ ପ୍ରୀଚୀ ନଦୀ ଉପରେ ବାଇକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡିଥିଲା । ଯାହାଫଳରେ ଉଭୟ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ବାକି ଗୁରୁତର ନାବାଳକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।  

ବ୍ରିଜ୍ ତଳକୁ ଖସିପଡିଲା ବାଇକ୍, ଜଣେ ମୃତ, ଆଉ ଜଣେ ଗୁରୁତର

ବାଲିପାଟଣା ୧୩।୦୭ : ବ୍ରିଜ୍‌ ତଳକୁ ଖସିପଡିଲା ବାଇକ୍‌ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲିପାଟଣା ଥାନା ପଇଡ ପାଟଣା ଗାଁ ପ୍ରୀଚୀ ନଦୀ ଉପରେ ନିର୍ମାଣଧୀନ ବ୍ରିଜ୍‌ରେ ଘଟିଛି ଏହି ଦୁର୍ଘଟଣା ।  


ଖବର ଅନୁଯାୟୀ, ଓଆର୍‌ ୧୩ ବି ୫୫୦୨ ନମ୍ବର ଥିବା ଏକ ବାଇକ୍‌ରେ ଜଣେ ନାବାଳକ ଏବଂ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ହେଲେ ବାଲିପାଟଣା ଥାନା ପଇଡ ପାଟଣା ଗାଁ ପ୍ରୀଚୀ ନଦୀ ଉପରେ ବାଇକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡିଥିଲା । ଯାହାଫଳରେ ଉଭୟ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ବାକି ଗୁରୁତର ନାବାଳକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।