ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା, ଟ୍ରାଫିକ୍ କଣ୍ଟ୍ରୋଲ ସହ ନିୟନ୍ତ୍ରଣ କରିବ ଭିଡ

ଭୁବନେଶ୍ୱର, ୧୭/୦୨: ଏଥର ରଥଯାତ୍ରାକୁ ଜଗିବ  AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍‌ରୁ ଚାରିଦିଗରେ ରଖି ଦେବ କଡ଼ା ନଜର ।  ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଚଳିତବର୍ଷ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ ଅତ୍ୟାଧୁନିକ AI କ୍ୟାମେରା । ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବ AI କ୍ୟାମେରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ବିଶେଷକରି ରଥଯାତ୍ରା ସମୟରେ ଟ୍ରାଫିକ, ଭିଡ ଓ ଜନଗହଳି ନିୟନ୍ତ୍ରଣ କରିବା ପୁରୀ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଥାଏ । ବଡ଼ଦାଣ୍ଡ ସହ ବିଭିନ୍ନ ସାହି, ଗଳିକନ୍ଦି ଏବଂ ପାର୍କିଂ ସ୍ଥଳ ଗୁଡ଼ିକ ଭିଡ ହୋଇଯାଉଥିବାରୁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥାଏ । ଏଣୁ ଏସବୁ ସମସ୍ୟାକୁ ଏଡାଇବା ପାଇଁ ପୁରୀ ପୋଲିସ ଅତ୍ୟାଧୁନିକ ଜ୍ଞାନ

ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା, ଟ୍ରାଫିକ୍ କଣ୍ଟ୍ରୋଲ ସହ ନିୟନ୍ତ୍ରଣ କରିବ ଭିଡ

ଭୁବନେଶ୍ୱର, ୧୭/୦୨: ଏଥର ରଥଯାତ୍ରାକୁ ଜଗିବ  AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍‌ରୁ ଚାରିଦିଗରେ ରଖି ଦେବ କଡ଼ା ନଜର ।  

ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । 

ସୂଚନା ଥାଉକି, ଚଳିତବର୍ଷ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ ଅତ୍ୟାଧୁନିକ AI କ୍ୟାମେରା । ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବ AI କ୍ୟାମେରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ବିଶେଷକରି ରଥଯାତ୍ରା ସମୟରେ ଟ୍ରାଫିକ, ଭିଡ ଓ ଜନଗହଳି ନିୟନ୍ତ୍ରଣ କରିବା ପୁରୀ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଥାଏ । 

ବଡ଼ଦାଣ୍ଡ ସହ ବିଭିନ୍ନ ସାହି, ଗଳିକନ୍ଦି ଏବଂ ପାର୍କିଂ ସ୍ଥଳ ଗୁଡ଼ିକ ଭିଡ ହୋଇଯାଉଥିବାରୁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥାଏ । ଏଣୁ ଏସବୁ ସମସ୍ୟାକୁ ଏଡାଇବା ପାଇଁ ପୁରୀ ପୋଲିସ ଅତ୍ୟାଧୁନିକ ଜ୍ଞାନକୌଶଳ AI କ୍ୟାମେରା ଚଳିତ ରଥଯାତ୍ରାରେ ବ୍ୟବହାର କରିବ ବୋଲି ଏସପି କହିଛନ୍ତି ।