CJIଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ
ମଧ୍ୟପ୍ରଦେଶ:୬/୮: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରୁ ମାରିଦେବାକୁ ଧମକ । ଫେସବୁକ ପୋଷ୍ଟରେ ହତ୍ୟା ଧମକ ଦେଇଛି ମଧ୍ୟପ୍ରଦେଶର ପଙ୍କଜ ଅତୁଲକର । ପୋଲିସ ପଙ୍କଜ ନାଁରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି ପୋଲିସ । ସୁପ୍ରିମକୋର୍ଟଙ୍କ କୋଟା ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ପଙ୍କଜ ଏମିତି ପୋଷ୍ଟ କରିଥିବା ଜଣାପଡିଛି । ST/SC ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍ କ୍ୟାଟେଗୋରୀ ଅନୁମୋଦନ କରିଛନ୍ତି । ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିବାବେଳେ ସୋସିଆଲ ମିଡିଆରେ ଏ ସଂପର୍କରେ ତର୍କ ବିତର୍କ ଚାଲିଛି । ଏସବୁ ଭିତରେ ପଙ୍କଜ ଫେସବୁକ ପୋଷ୍ଟରେ CJIଙ୍କୁ ହତ୍ୟା ଧମକ ଦେଇଛି । ଧମକ ଖବର ଆସିବା ପରେ ପଙ୍କଜଙ୍କ ବିରୋଧରେ FIR ରୁଜୁ କରାଯାଇଥିବା ପୋଲିସ କହିଛି ।
ମଧ୍ୟପ୍ରଦେଶ:୬/୮: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରୁ ମାରିଦେବାକୁ ଧମକ । ଫେସବୁକ ପୋଷ୍ଟରେ ହତ୍ୟା ଧମକ ଦେଇଛି ମଧ୍ୟପ୍ରଦେଶର ପଙ୍କଜ ଅତୁଲକର । ପୋଲିସ ପଙ୍କଜ ନାଁରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି ପୋଲିସ । ସୁପ୍ରିମକୋର୍ଟଙ୍କ କୋଟା ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ପଙ୍କଜ ଏମିତି ପୋଷ୍ଟ କରିଥିବା ଜଣାପଡିଛି ।
ST/SC ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍ କ୍ୟାଟେଗୋରୀ ଅନୁମୋଦନ କରିଛନ୍ତି । ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିବାବେଳେ ସୋସିଆଲ ମିଡିଆରେ ଏ ସଂପର୍କରେ ତର୍କ ବିତର୍କ ଚାଲିଛି । ଏସବୁ ଭିତରେ ପଙ୍କଜ ଫେସବୁକ ପୋଷ୍ଟରେ CJIଙ୍କୁ ହତ୍ୟା ଧମକ ଦେଇଛି । ଧମକ ଖବର ଆସିବା ପରେ ପଙ୍କଜଙ୍କ ବିରୋଧରେ FIR ରୁଜୁ କରାଯାଇଥିବା ପୋଲିସ କହିଛି ।