CM Public Grievance Hearing: ସମ୍ବଲପୁରରେ ୧୪୦୦ ଜଣଙ୍କର ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।