CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ ମୁଖ୍ୟମନ୍ତ୍ରୀ ଆତିଶି ସହ ତାଙ୍କ ମୁକାବିଲା ହେବ।  ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ  କଂଗ୍ରେସ କହିଛି, ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ୫୧-କାଲକାଜୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଅଳକାଙ୍କ ନାମକୁ କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଛି। ଗତ ବିଧାନସଭା ନିର୍ବାଚନରେ ଅଳକା ଲାମ୍ବା କଂଗ୍ରେସ ଟିକେଟରେ […] The post CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ appeared first on Dharitri Odia News.

CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ ମୁଖ୍ୟମନ୍ତ୍ରୀ ଆତିଶି ସହ ତାଙ୍କ ମୁକାବିଲା ହେବ।  ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ  କଂଗ୍ରେସ କହିଛି, ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ୫୧-କାଲକାଜୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଅଳକାଙ୍କ ନାମକୁ କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଛି।
ଗତ ବିଧାନସଭା ନିର୍ବାଚନରେ ଅଳକା ଲାମ୍ବା କଂଗ୍ରେସ ଟିକେଟରେ ଚାନ୍ଦନୀ ଚୌକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଏଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଆମ ଆଦମୀ ପାର୍ଟି ପ୍ରାର୍ଥୀ ପ୍ରହ୍ଲାଦ ସିଂ ସାହନି ଜିତିଥିଲେ। ଏହି ନିର୍ବାଚନରେ ଅଳକା ଲାମ୍ବା ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ଅଳକା ୨୦୧୫ ବିଧାନସଭା ନିର୍ବାଚନରେ ଜିତିଥିଲେ। ସେ ଆମ ଆଦମୀ ପାର୍ଟି ଟିକେଟରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଭାଜପା ପ୍ରାର୍ଥୀ ସୁମନ ଗୁପ୍ତାଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

କଂଗ୍ରେସ ଅଳକାଙ୍କୁ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଅଳକା ଭାଜପା ଏବଂ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛନ୍ତି।

The post CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ appeared first on Dharitri Odia News.