ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୮।୧: ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଟି -୨୦ ଫର୍ମାଟରେ ପାକିସ୍ତାନର ଉପ-ଅଧିନାୟକ ହେବେ। ଏଥିସହିତ ଏହି ଦଳର କମାଣ୍ଡ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ହାତରେ ରହିବ। ବାସ୍ତବରେ, ନିକଟରେ ବାବର ଆଜମ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପରେ ଶାହିନ ଆଫ୍ରିଦିଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା। ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ପ୍ରଦର୍ଶନ ନୌରାଶ୍ୟଜନକ ଥିଲା, ଏହା ପରେ ଦଳରେ ପରିବର୍ତ୍ତନ ଜାରି ରହିଛି। ବର୍ତ୍ତମାନ ମହମ୍ମଦ ରିଜୱାନଙ୍କୁ ଟି -୨୦ ଫର୍ମାଟ […] The post ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.
ନୂଆଦିଲ୍ଲୀ,୮।୧: ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଟି -୨୦ ଫର୍ମାଟରେ ପାକିସ୍ତାନର ଉପ-ଅଧିନାୟକ ହେବେ। ଏଥିସହିତ ଏହି ଦଳର କମାଣ୍ଡ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ହାତରେ ରହିବ। ବାସ୍ତବରେ, ନିକଟରେ ବାବର ଆଜମ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପରେ ଶାହିନ ଆଫ୍ରିଦିଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା। ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ପ୍ରଦର୍ଶନ ନୌରାଶ୍ୟଜନକ ଥିଲା, ଏହା ପରେ ଦଳରେ ପରିବର୍ତ୍ତନ ଜାରି ରହିଛି। ବର୍ତ୍ତମାନ ମହମ୍ମଦ ରିଜୱାନଙ୍କୁ ଟି -୨୦ ଫର୍ମାଟ ପାଇଁ ଉପ-ଅଧିନାୟକ କରାଯାଇଛି।
ପାକିସ୍ତାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହି ପୋଷ୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ଦଳର ଉପ-ଅଧିନାୟକ ମହମ୍ମଦ ରିଜୱାନ ହେବେ। ବିଶ୍ୱକପ୍ ପରେ ବାବର ଆଜମ ସମସ୍ତ ତିନୋଟି ଫର୍ମାଟର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଶାନ ମସୂଦଙ୍କୁ ଟେଷ୍ଟ ଦଳର ଅଧିନାୟକ ହୋଇଥିବାବେଳେ ଶାହିନ ଆଫ୍ରିଦି ଟି -୨୦ ଫର୍ମାଟର ଅଧିନାୟକତ୍ୱ ପାଇଥିଲେ। ତେବେ ବର୍ତ୍ତମାନ ମହମ୍ମଦ ରିଜୱାନଙ୍କୁ ପାକିସ୍ତାନ ଟି -୨୦ ଦଳର ଉପ-ଅଧିନାୟକ କରାଯାଇଛି। ତେବେ ମହମ୍ମଦ ରିଜୱାନ ପୂର୍ବରୁ ପାକିସ୍ତାନ ଦଳର ଉପ-ଅଧିନାୟକ ଥିଲେ।
The post ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.