ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର

ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍‌ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା। ଏପରିକି ଏକତା ତାଙ୍କ ମା’ବାପାଙ୍କୁ ଅସମ୍ମାନ କରୁଥିବା କୁନାଲ ଅଭିଯୋଗ ଆଣିଥିଲେ। ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ ଖାରଜ ହୋଇଥିଲା। ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେଠାରେ […] The post ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର appeared first on Dharitri Odia News.

ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର

ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍‌ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା। ଏପରିକି ଏକତା ତାଙ୍କ ମା’ବାପାଙ୍କୁ ଅସମ୍ମାନ କରୁଥିବା କୁନାଲ ଅଭିଯୋଗ ଆଣିଥିଲେ।

ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ ଖାରଜ ହୋଇଥିଲା। ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଶୁଣାଣି କରାଯାଇ କ୍ରୁରତା ଆଧାରରେ ତାଙ୍କୁ ପତ୍ନୀଙ୍କଠାରୁ ଛାଡ଼ପତ୍ର ମିଳିଛି। ଏକତାଙ୍କ ବ୍ୟବହାର କୁନାଲଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ନ ଥିଲା। ଏପରିକି ମିଛ ଅଭିଯୋଗରେ ତାଙ୍କର ବ୍ୟକ୍ତିଗତ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି କୋର୍ଟ କହିଛନ୍ତି।

କହିରଖୁଛୁ କୁନାଲଙ୍କୁ ଏବେ ୪୪ ବର୍ଷ। ସେ ଦିଲ୍ଲୀର ବାସିନ୍ଦା। ପିଲାଟି ଦିନରୁ ତାଙ୍କୁ ରୋଷେଇ କରିବାର ସଉକ ଥିଲା। ଏହି କାରଣରୁ ସେ ସେଫ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦେଶବିଦେଶରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ସେ ଜଣେ ସେଲିବ୍ରିଟି ଜଜ୍‌ ହୋଇଥିବା ବେଳେ ମାଷ୍ଟରସେଫ୍‌ ଇଣ୍ଡିଆର ଜଜ୍‌ ଭାବେ ଜଣାଯାଉଛି। ଇନଷ୍ଟାଗ୍ରାମରେ ତାଙ୍କର ୩ ମିଲିୟନ ଫଲୋୟର୍ସ ଅଛନ୍ତି।

The post ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର appeared first on Dharitri Odia News.