ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ଜଶପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହଇଚଇ ସୃଷ୍ଟି କରିଥିବା ଭାରତର ତାରକା ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଟେଷ୍ଟ କ୍ରିକେଟରେ ବିଶ୍ୱର ୧ ନମ୍ବର ବୋଲର ହୋଇଛନ୍ତି। ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ କ୍ରିକେଟରେ ବୋଲରଙ୍କ ରାଙ୍କିଙ୍ଗ୍‌ ପ୍ରକାଶ କରିଛି। ଏଥିରେ ବୁମରା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ […] The post ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ଜଶପ୍ରୀତ ବୁମ୍‌ରା appeared first on Dharitri Odia News.

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ଜଶପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହଇଚଇ ସୃଷ୍ଟି କରିଥିବା ଭାରତର ତାରକା ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଟେଷ୍ଟ କ୍ରିକେଟରେ ବିଶ୍ୱର ୧ ନମ୍ବର ବୋଲର ହୋଇଛନ୍ତି। ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ କ୍ରିକେଟରେ ବୋଲରଙ୍କ ରାଙ୍କିଙ୍ଗ୍‌ ପ୍ରକାଶ କରିଛି। ଏଥିରେ ବୁମରା ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବୁମ୍‌ରା ୮ଟି ଉଇକେଟ ନେଇଥିଲେ। ବୁମରା ପ୍ରଥମ ଇନିଂସରେ ୫ ଉଇକେଟ ଏବଂ ଦ୍ୱିତୀୟ ଇନିଂସରେ ୩ ଉଇକେଟ ନେଇଥିଲେ। ତାଙ୍କର ଦୃଢ ପ୍ରଦର୍ଶନ ଯୋଗୁ ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗ୍‌ରେ ଦୁଇ ମହାନ ବୋଲରଙ୍କୁ ପଛରେ ପକାଇଥିଲେ। ବୁମରା ବର୍ତ୍ତମାନ ଟେଷ୍ଟର ନମ୍ବର-୧ ବୋଲର ହୋଇଛନ୍ତି।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ମାରାତ୍ମକ ଦ୍ରୁତ ବୋଲର କାଗିସୋ ରାବାଡା ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଥିଲେ। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ ରହିଥିଲେ। ଭାରତର ବୁମ୍‌ରା ତୃତୀୟ ସ୍ଥାନରେ ଥିଲେ। ଏବେ ବୁମରା ଏହି ଦୁଇ ଦ୍ରୁତ ବୋଲରଙ୍କୁ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଆଇସିସି ର଼୍ୟାଙ୍କିଙ୍ଗରେ ଜସପ୍ରୀତ ବୁମ୍‌ରାଙ୍କର ୮୮୩ ରେଟିଂ ପଏଣ୍ଟ ରହିଛି। କାଗିସୋ ରାବାଡାଙ୍କର ୮୭୨ ରେଟିଂ ପଏଣ୍ଟ ଅଛି। ରାବଡା ବର୍ତ୍ତମାନ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଏହା ବ୍ୟତୀତ ଜୋସ ହାଜଲେଉଡ ୮୬୦ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

The post ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ଜଶପ୍ରୀତ ବୁମ୍‌ରା appeared first on Dharitri Odia News.