ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ

ଭବାନୀପାଟଣା,୨୩।୧୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାର ଏକମାତ୍ର ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସମ୍ବଲପୁର ଆଇଆଇଏମ୍‌ରେ ଇନ୍‌କ୍ୟୁବେଶନ ପାଇଁ ମନୋନୀତ ହୋଇଛି । ମାଣ୍ଡିଆରୁ ଏନର୍ଜି ପାଇଁ ପ୍ରୋଟୋଟାଇପ ପ୍ରସ୍ତୁତି ସହିତ ମାର୍କେଟିଂ ଓ ଫଣ୍ଡିଂ ପାଇଁ ଆଇଆଇଏମ୍‌ ସମ୍ବଲପୁର ମାର୍ଗଦର୍ଶନ କରିବା ପାଇଁ ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସହିତ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବିଲୁପ୍ତପ୍ରାୟ ମାଣ୍ଡିଆରୁ ଏନର୍ଜି ପ୍ରସ୍ତୁତି ପାଇଁ ଏହି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି। କୃଷି ବିଭାଗ କ୍ଷେତ୍ରରେ ମାଣ୍ଡିଆର […] The post ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ appeared first on Dharitri Odia News.

ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ

ଭବାନୀପାଟଣା,୨୩।୧୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାର ଏକମାତ୍ର ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସମ୍ବଲପୁର ଆଇଆଇଏମ୍‌ରେ ଇନ୍‌କ୍ୟୁବେଶନ ପାଇଁ ମନୋନୀତ ହୋଇଛି । ମାଣ୍ଡିଆରୁ ଏନର୍ଜି ପାଇଁ ପ୍ରୋଟୋଟାଇପ ପ୍ରସ୍ତୁତି ସହିତ ମାର୍କେଟିଂ ଓ ଫଣ୍ଡିଂ ପାଇଁ ଆଇଆଇଏମ୍‌ ସମ୍ବଲପୁର ମାର୍ଗଦର୍ଶନ କରିବା ପାଇଁ ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସହିତ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବିଲୁପ୍ତପ୍ରାୟ ମାଣ୍ଡିଆରୁ ଏନର୍ଜି ପ୍ରସ୍ତୁତି ପାଇଁ ଏହି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି। କୃଷି ବିଭାଗ କ୍ଷେତ୍ରରେ ମାଣ୍ଡିଆର ବିଭିନ୍ନ ଉତ୍ପାଦ ପ୍ରୋଟୋଟାଇପ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ଉଭୟେ କାର୍ଯ୍ୟ କରିବେ। ଏହି ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଭଇଁରିଗୁଡା ଗ୍ରାମରେ କାର୍ଯ୍ୟ କରୁଛି। ଆଗକୁ ମାଣ୍ଡିଆରୁ ବିଭିନ୍ନ ଉପାଦେୟ ଗୁଣବତ୍ତା ପ୍ରସ୍ତୁତି କରି ହଜିଯାଉଥିବା କୃଷି ଉତ୍ପାଦର ବ୍ୟବହାର ପାଇଁ ଷ୍ଟାର୍ଟଅପ ସଂକଳ୍ପବଦ୍ଧ ବୋଲି ସଂସ୍ଥାର ମୁଖ୍ୟ ମିଲନ କୁମାର ବିଶି କହିଛନ୍ତି।

The post ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ appeared first on Dharitri Odia News.