ଚିଲିକା ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିଜେଡି ନେତାଙ୍କ ସହ ୧୫ରୁ ଅଧିକ କର୍ମୀ
ଟାଙ୍ଗୀ ୧୪।୪: ଚିଲିକା ନିର୍ବାଚନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ବ୍ଲକ ସୋରଣ ପଞ୍ଚାୟତର ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ରତିକାନ୍ତ ବୈରିଗଞ୍ଜନଙ୍କ ସହ ୧୫ ଜଣରୁ ଉର୍ଦ୍ଧ୍ବ ବିଜେଡି କର୍ମୀ-ସମର୍ଥକ ମୋଦିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଚିଲିକାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଅଧକ୍ଷା ଜ୍ୟୋସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସୋରଣ ପଞ୍ଚାୟତ ସରପଞ୍ଚ ଶେଷଦେବ ବେହେରା, ସୋରଣ-ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରାଙ୍କ ସହିତ ବହୁ ବିଜେଡି କର୍ମୀ-ସମର୍ଥକ ଓ ଆଗ ଧାଡିର ନେତା ମାନେ ଯୋଗ ଦେଇଥିଲେ ।You Can Read :ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି
ଟାଙ୍ଗୀ ୧୪।୪: ଚିଲିକା ନିର୍ବାଚନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ବ୍ଲକ ସୋରଣ ପଞ୍ଚାୟତର ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ରତିକାନ୍ତ ବୈରିଗଞ୍ଜନଙ୍କ ସହ ୧୫ ଜଣରୁ ଉର୍ଦ୍ଧ୍ବ ବିଜେଡି କର୍ମୀ-ସମର୍ଥକ ମୋଦିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଚିଲିକାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଅଧକ୍ଷା ଜ୍ୟୋସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସୋରଣ ପଞ୍ଚାୟତ ସରପଞ୍ଚ ଶେଷଦେବ ବେହେରା, ସୋରଣ-ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରାଙ୍କ ସହିତ ବହୁ ବିଜେଡି କର୍ମୀ-ସମର୍ଥକ ଓ ଆଗ ଧାଡିର ନେତା ମାନେ ଯୋଗ ଦେଇଥିଲେ ।
You Can Read :
ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି