ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ

ଜେରୁଜେଲମ,୫।୯: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଜର୍ମାନୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା ହୋଇଛି। ମ୍ୟୁନିଚ ସହରରେ ଅବସ୍ଥିତ ଦୂତାବାସ ବାହାରେ ଜଣେ ସୁଟର ଆଖିବୁଜା ଗୁଳି ଚଳାଇଥିଲା। ଯେଉଁଥିପାଇଁ ସେଠରେ ଉତ୍ତେଜନା ଦେଖାଦେଇଥିଲା। ଗୁଳିର ଶବ୍ଦ ଶୁଣିବା ମାତ୍ରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ଖବର ପାଇ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ କହିଛି ଯେ ଅଧିକାରୀମାନେ ଜଣେ ସନ୍ଦିଗ୍ଧଙ୍କ ଉପରକୁ ଗୁଳି […] The post ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ appeared first on Dharitri Odia News.

ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ

ଜେରୁଜେଲମ,୫।୯: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଜର୍ମାନୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା ହୋଇଛି। ମ୍ୟୁନିଚ ସହରରେ ଅବସ୍ଥିତ ଦୂତାବାସ ବାହାରେ ଜଣେ ସୁଟର ଆଖିବୁଜା ଗୁଳି ଚଳାଇଥିଲା। ଯେଉଁଥିପାଇଁ ସେଠରେ ଉତ୍ତେଜନା ଦେଖାଦେଇଥିଲା। ଗୁଳିର ଶବ୍ଦ ଶୁଣିବା ମାତ୍ରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ଖବର ପାଇ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୋଲିସ କହିଛି ଯେ ଅଧିକାରୀମାନେ ଜଣେ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇ ଥିଲେ ଓ ସେହି ବ୍ରକ୍ତି ଜଣଙ୍କ ଆହତ ହୋଇଥିଲେ। ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମ୍ୟୁନିକ ପୋଲିସ କହିଛି ଆମର ଜରୁରୀକାଳୀନ କର୍ମଚାରୀ ଅଛନ୍ତି। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯଥାସମ୍ଭବ ଏହି ସ୍ଥାନରୁ ଦୂରେଇ ରୁହନ୍ତୁ। ହେଲିକପ୍ଟରରୁ ଏହି ଅପରେସନ ଉପରେ ମଧ୍ୟ ନଜର ରଖାଯାଉଛି।

ମ୍ୟୁନିକରେ ଥିବା ଇସ୍ରାଏଲ କନସୁଲେଟ ନିକଟରେ ଗୁଳି ବିନିମୟ ହୋଇଥିବା ଗୁରୁବାର ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି। ଇସ୍ରାଏଲ କନସୁଲେଟ ନିକଟରେ ବାରମ୍ବାର ଗୁଳି ବିନିମୟ ହୋଇଥଲା।
ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କନସୁଲେଟର କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଆକ୍ରମଣକାରୀମାନେ ସୁରକ୍ଷା ବାହିନୀକୁ କାବୁ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି। ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି ଯେ ୫୨ ବର୍ଷ ପୂର୍ବେ ମ୍ୟୁନିଚରେ ଏକ ଆକ୍ରମଣ ହୋଇଥିଲା। ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲର ଅଲିମ୍ପିକ ଖେଳାଳିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ସ୍ମରଣ କରି ଗୁରୁବାର କନସୁଲେଟ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ମ୍ୟୁନିଚ ପୋଲିସ କହିଛି ଯେ ଏହି ଅପରେସନରେ ଅନ୍ୟ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପୃକ୍ତି ହେବାର କୌଣସି ସୂଚନା ନାହିଁ।

The post ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ appeared first on Dharitri Odia News.