Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ
ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି।