COVID-19 Case Detected in Odisha: ଓଡ଼ିଶାରେ ପଶିଲା କରୋନା, ଜଣେ ଦିଲ୍ଲୀ ଫେରନ୍ତା କୋଭିଡ୍ ପଜିଟିଭ୍
କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ବରର ଜଣେ ୭୫ ବର୍ଷିୟ ବୟସ୍କ। ବହୁବିଧ ରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ହରିଦ୍ବାର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। ଗତକାଲି କୋଭିଡ୍ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା।