CPI(M)ର ବ୍ୟାଙ୍କ ଆକାଉଣ୍ଟ ବି ଫ୍ରିଜ୍, ପାର୍ଟି ମହାସଚିବ ସୀତାରାମ ୟେଚୁରୀଙ୍କ ଦାବି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ଦାବି କରିଛନ୍ତି ଯେ ତାଙ୍କ ପାର୍ଟିର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯାଇଛି । ଏହା ପୂର୍ବରୁ ଆୟକର ବିଭାଗ କଂଗ୍ରେସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଥିଲା । ଏହାପରେ କଂଗ୍ରେସର ଶୀର୍ଷ ନେତୃତ୍ୱ-ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏକାସାଙ୍ଗରେ ଆସି ସାମ୍ୱାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଥିଲେ । ଏବେ ସିପିଏମ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିବା ଦାବି କରୁଛି ।ସିପିଆଇଏମ ମହାସଚିବ ସୀତାରମ ୟେଚୁରୀ କହିଛନ୍ତି, 'ଆଜି ଆମର ଜିଲ୍ଲା ସଚିବ-ତ୍ରିଶୂରଙ୍କୁ ଏକ ନୋଟିସ ମିଳିଛି । ଯେଉଁଥିରେ ପାସବୁକ ସହ ବ୍ୟାଙ୍କ ଆସିବା ପାଇଁ କୁହାଯାଇଛି । କିଛି କାରଣ କୁହାଯାଇ ନାହିଁ । ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଯେପର୍ଯ୍ୟନ୍ତ ଅନୁମତି ଦିଆନଯାଇଛି, ସେପର୍ଯ୍ୟନ୍ତ ସିପିଆଇ(ଏମ) ଆକାଉଣ୍ଟରୁ କୌଣସି ନେଣଦେଣ ହୋଇପାରିବ ନାହିଁ । ଏହାର ଅର୍ଥ ଏହା ଯେ ସେମାନେ ଆମ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଛନ୍ତି । ଏହା ଏକ ରାଜନୀତିକ ଆକ୍ରମଣ ଅଟେ । ଆମେ ଏହା ଉପରେ ଆଇନଗତ ପଦକ୍ଷେପର ସମ୍ଭବନା ଉପରେ ବିଚାର କରୁଛୁ ।'ଆୟକର ବିଭାଗ ଆକ୍ସନ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବେ ନୂଆଦିଲ୍ଲୀରେ ସାମ୍ୱାଦିକଙ୍କୁ କହିଥିଲେ ଯେ ଆୟକର ବିଭାଗ

CPI(M)ର ବ୍ୟାଙ୍କ ଆକାଉଣ୍ଟ ବି ଫ୍ରିଜ୍, ପାର୍ଟି ମହାସଚିବ ସୀତାରାମ ୟେଚୁରୀଙ୍କ ଦାବି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ଦାବି କରିଛନ୍ତି ଯେ ତାଙ୍କ ପାର୍ଟିର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯାଇଛି । ଏହା ପୂର୍ବରୁ ଆୟକର ବିଭାଗ କଂଗ୍ରେସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଥିଲା । ଏହାପରେ କଂଗ୍ରେସର ଶୀର୍ଷ ନେତୃତ୍ୱ-ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏକାସାଙ୍ଗରେ ଆସି ସାମ୍ୱାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଥିଲେ । ଏବେ ସିପିଏମ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିବା ଦାବି କରୁଛି ।

ସିପିଆଇଏମ ମହାସଚିବ ସୀତାରମ ୟେଚୁରୀ କହିଛନ୍ତି, 'ଆଜି ଆମର ଜିଲ୍ଲା ସଚିବ-ତ୍ରିଶୂରଙ୍କୁ ଏକ ନୋଟିସ ମିଳିଛି । ଯେଉଁଥିରେ ପାସବୁକ ସହ ବ୍ୟାଙ୍କ ଆସିବା ପାଇଁ କୁହାଯାଇଛି । କିଛି କାରଣ କୁହାଯାଇ ନାହିଁ । ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଯେପର୍ଯ୍ୟନ୍ତ ଅନୁମତି ଦିଆନଯାଇଛି, ସେପର୍ଯ୍ୟନ୍ତ ସିପିଆଇ(ଏମ) ଆକାଉଣ୍ଟରୁ କୌଣସି ନେଣଦେଣ ହୋଇପାରିବ ନାହିଁ । ଏହାର ଅର୍ଥ ଏହା ଯେ ସେମାନେ ଆମ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଛନ୍ତି । ଏହା ଏକ ରାଜନୀତିକ ଆକ୍ରମଣ ଅଟେ । ଆମେ ଏହା ଉପରେ ଆଇନଗତ ପଦକ୍ଷେପର ସମ୍ଭବନା ଉପରେ ବିଚାର କରୁଛୁ ।'

ଆୟକର ବିଭାଗ ଆକ୍ସନ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବେ ନୂଆଦିଲ୍ଲୀରେ ସାମ୍ୱାଦିକଙ୍କୁ କହିଥିଲେ ଯେ ଆୟକର ବିଭାଗ ଦ୍ୱାରା ଫ୍ରିଜ କରାଯାଇଥିବା ଆକାଉଣ୍ଟ କାରଣରୁ ଠିକରେ ପ୍ରଚାର କରିପାରୁ ନାହିଁ । ରାହୁଲ କହିଥିଲେ ଯେ ଆମ ପାଖରେ ପ୍ରଚାର ପାଇଁ ଟଙ୍କା ନାହିଁ, ଆମେ ଆମ ପ୍ରାର୍ଥୀଙ୍କୁ ଆର୍ଥିକ ସମର୍ଥନ କରିପାରୁ ନାହିଁ । ଗତ ମାସ ଶେଷରେ କଂଗ୍ରେସକୁ ଆୟକର ବିଭାଗରୁ ଆଉ ଏକ ନୋଟିସ ମିଳିଥିଲା, ଯେଉଁଥିରେ ୧୭୪୫ ଟଙ୍କା ପୈଠ ପାଇଁ କୁହାଯାଇଥିଲା । ଏହିପରି ଏବେ ସୁଦ୍ଧା ୩୫୬୭ କୋଟି ଟଙ୍କାର ନୋଟିସ ଆୟକର ବିଭାଗ ଦ୍ୱାରା କଂଗ୍ରେସକୁ ଜାରି କରାଯାଇଛି ।