ହାଇକୋର୍ଟରେ ଏକାଧିକ ନିର୍ବାଚନୀ ମାମଲା ଉପରେ ଶୁଣାଣି
କଟକ ୨୯।୧୦: ଏକାଧିକ ନିର୍ବାଚନୀ ମାମଲା ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ । ରାଉରକେଲା ବିଧାୟକ ଶାରଦା ନାୟକ ମଙ୍ଗଳବାର ତାଙ୍କର ଜବାବ ଦାଖଲ କରିଛନ୍ତି । ଶାରଦା ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି, ତେଣୁ ତାଙ୍କର ସଭ୍ୟପଦ ରଦ୍ଦ କରିବା ଲାଗି ଆବେଦନ କରି, ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି, ଯାହା ଉପରେ ଆସନ୍ତା ଡିସେମ୍ବର ମାସରେ ଶୁଣାଣି ହେବ ।ତେଣେ ୧୧ ନଭେମ୍ବର ସୁଦ୍ଧା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ହୋଇଛି । ଟଙ୍କଧରଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ରହିଛି । ସେହିପରି ଜଳେଶ୍ଵର ବିଧାନସଭା ନିର୍ବାଚନୀ ମାମଲା ଉପରେ ଜବାବ ଦାଖଲ କରିବା ଲାଗି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ସମୟ ଲୋଡିଛନ୍ତି । ଯାହା ଉପରେ ଆସନ୍ତା ମାସ ୧୮ ତାରିଖରେ ଶୁଣାଣି ହେବ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ଅନିୟମିତତା ମାମଲା ଉପରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନକୁ ମଞ୍ଜୁରି ଦେଇଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ସମୟ ଲୋଡିଛନ୍ତି ଅନନ୍ତ । ଯାହାକୁ ଆସନ୍ତା ୨୦ ତାରିଖ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ଠିକ ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି ହାଇକୋର୍ଟ । ବ୍ୟୋମକେଶଙ୍କ ବିରୁଦ୍ଧରେ ନିର୍ବାଚନ ସତ୍ୟପାଠ ଅନିୟମିତତା
କଟକ ୨୯।୧୦: ଏକାଧିକ ନିର୍ବାଚନୀ ମାମଲା ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ । ରାଉରକେଲା ବିଧାୟକ ଶାରଦା ନାୟକ ମଙ୍ଗଳବାର ତାଙ୍କର ଜବାବ ଦାଖଲ କରିଛନ୍ତି । ଶାରଦା ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି, ତେଣୁ ତାଙ୍କର ସଭ୍ୟପଦ ରଦ୍ଦ କରିବା ଲାଗି ଆବେଦନ କରି, ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି, ଯାହା ଉପରେ ଆସନ୍ତା ଡିସେମ୍ବର ମାସରେ ଶୁଣାଣି ହେବ ।
ତେଣେ ୧୧ ନଭେମ୍ବର ସୁଦ୍ଧା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ହୋଇଛି । ଟଙ୍କଧରଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ରହିଛି । ସେହିପରି ଜଳେଶ୍ଵର ବିଧାନସଭା ନିର୍ବାଚନୀ ମାମଲା ଉପରେ ଜବାବ ଦାଖଲ କରିବା ଲାଗି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ସମୟ ଲୋଡିଛନ୍ତି । ଯାହା ଉପରେ ଆସନ୍ତା ମାସ ୧୮ ତାରିଖରେ ଶୁଣାଣି ହେବ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ଅନିୟମିତତା ମାମଲା ଉପରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନକୁ ମଞ୍ଜୁରି ଦେଇଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ସମୟ ଲୋଡିଛନ୍ତି ଅନନ୍ତ । ଯାହାକୁ ଆସନ୍ତା ୨୦ ତାରିଖ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ଠିକ ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି ହାଇକୋର୍ଟ । ବ୍ୟୋମକେଶଙ୍କ ବିରୁଦ୍ଧରେ ନିର୍ବାଚନ ସତ୍ୟପାଠ ଅନିୟମିତତାର ଅଭିଯୋଗ ହୋଇଛି, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ମାସରେ ହେବ ।
You Can Read:
ବାବୁଲା ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ବାପା