CSIR UGC NETକୁ ସ୍ଥଗିତ କଲା NTA
ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି।
ନିଟ୍ ପେପର ଲିକ ପ୍ରସଙ୍ଗକୁ ନେଇ ସାରା ଦେଶରେ ହଇଚଇ ଜାରି ରହିଛି। ଏସବୁ ଭିତିରେ କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା CSIR ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ହୋଇଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଏଜେନ୍ସି ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି।
ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରହିବ।
ପରବର୍ତ୍ତୀ ସମୟରେ ଏନଟିଏର ଅଫିସିଆଲ ୱେବସାଇଟରେ ମାଧ୍ୟମରେ ପରୀକ୍ଷା ସମ୍ପର୍କିତ ସୂଚନା ଜଣାଇଦିଆଯିବ ବୋଲି ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ପିଲାମାନେ csirnet.nta.ac.in. ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପାଇପାରିବେ। ସେହିପରି ଏହା ସହ ଜଡ଼ିତ ଯେକୌଣସି ତଥ୍ୟ ପାଇଁ ଶିକ୍ଷାର୍ଥୀମାନେ ହେଲପ ଲାଇନ ନମ୍ବର 011-40759000କୁ ଫୋନ କରିପାରିବେ।
ଏହା ପୂର୍ବରୁ ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷାକୁ ଏନଟିଏ ରଦ୍ଦ କରିଥିଲା। ଲକ୍ଷାଧିକ ପିଲା ପୂରା ଦେଶରେ ୧୮ ତାରିଖରେ ପରୀକ୍ଷା ଦେଇଥିଲେ। କିନ୍ତୁ ଏହାର ଦିନକ ପରେ ପରୀକ୍ଷାକୁ ରଦ୍ଦ କରାଯାଉଥିବା ଏନଟିଏ ଘୋଷଣା କରିଥିଲା।
ଏଥିପାଇଁ ଏନଟିଏ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଛି। ଏବେ ପୁଣି ଏକ ଜାତୀୟ ସ୍ତରୀୟ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଏନଟିଏର ଏଭଳି ନିଷ୍ପତ୍ତି ଚିନ୍ତାରେ ପକାଇଛି।