ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଲାଠିଗୁଡ଼ା ଗ୍ରାମର ମଧୁ ବଡ଼ନାୟକ (୩୫)। ଗୁରୁତର ହେଲେ ଡମ୍ବରୁଧର ବଡ଼ନାୟକ (୩୦)। ସୂଚନାନୁଯାୟୀ, କୋରାପୁଟ ସଦର ଥାନା ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ଲାଠିଗୁଡ଼ା ଗ୍ରାମର ମଧୁ ଓ ଡମ୍ବରୁଧର ଶନିବାର ଅପରାହ୍ନରେ ଗ୍ରାମ ନିକଟରେ […] The post ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.
କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଲାଠିଗୁଡ଼ା ଗ୍ରାମର ମଧୁ ବଡ଼ନାୟକ (୩୫)। ଗୁରୁତର ହେଲେ ଡମ୍ବରୁଧର ବଡ଼ନାୟକ (୩୦)।
ସୂଚନାନୁଯାୟୀ, କୋରାପୁଟ ସଦର ଥାନା ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ଲାଠିଗୁଡ଼ା ଗ୍ରାମର ମଧୁ ଓ ଡମ୍ବରୁଧର ଶନିବାର ଅପରାହ୍ନରେ ଗ୍ରାମ ନିକଟରେ ଥିବା ନିଜ ଜମିକୁ ପାଣି ମଡ଼ାଇବା ନେଇ ନିକଟରେ ଥିବା ଏକ ପାହାଡ଼ରୁ ମାଟି ଆଣି ଜମି ହୁଡ଼ାରେ ପକାଉଥିଲେ। ଏହି ସମୟରେ ପାହାଡ଼ରୁ ହଠାତ୍ ଏକ ବଡ଼ ମାତିଅତଡ଼ା ତାଙ୍କ ଉପରେ ପଡ଼ିଯିବାରୁ ଉଭୟେ ପୋତି ହୋଇ ଯାଇଥିଲେ। ନିକଟରେ ଥିବା କିଛି ଗ୍ରାମବାସୀ ଏହାକୁ ଦେଖି କୋରାପୁଟ ସଦର ଥାନା ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ କୋରାପୁଟ ଅଗ୍ନିଶମ ବାହିନୀର ଅଧିକାରୀ ବିଜୟ କିଷାନଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ସନ୍ଦୀପ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ଅତଡ଼ା ହଟାଇ ପ୍ରଥମେ ସଂଜ୍ଞାହୀନ ଭାବେ ଥିବା ଡମ୍ବରୁଧର ବଡ଼ନାୟକଙ୍କୁ ଉଦ୍ଧାର କରି ତାଙ୍କୁ ଜରୁରୀ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ପଠାଇଥିଲେ। ପରେ ମୃତ ମଧୁ ବଡ଼ନାୟକଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲକୁ ପଠାଇଥିଲେ। ଏହି ଉଦ୍ଧାର କାର୍ଯ୍ୟ ଶନିବାର ରାତି ଯାଏ ଚାଲିଥିଲା। ରବିବାର ମଧୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛ। ବର୍ତ୍ତମାନ ମେଡିକାଲରେ ଗୁରୁତର ଡମ୍ବରୁଧରଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏହି ଘଟଣା ପରେ ସମ୍ପୃକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
The post ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.