ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ
ଜେରୁଜେଲମ୍,୧୧ା୧୧: ଲେବାନନ୍ରେ ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାବିନେଟ୍ ବୈଠକରେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ୧୭ ଓ ୧୮ରେ ଅନେକ ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ ୪୦ ଜଣ ହେଜବୋଲ୍ଲା ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ହେଜ୍ବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ଏହି ପେଜରଗୁଡ଼ିକରେ ଜିପିଏସ୍ କ୍ଷମତା, ମାଇକ୍ରୋଫୋନ୍ କି କ୍ୟାମେରା ନ ଥିଲା। ହେଜ୍ବୋଲ୍ଲା […] The post ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ appeared first on Dharitri Odia News.
ଜେରୁଜେଲମ୍,୧୧ା୧୧: ଲେବାନନ୍ରେ ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାବିନେଟ୍ ବୈଠକରେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ୧୭ ଓ ୧୮ରେ ଅନେକ ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ ୪୦ ଜଣ ହେଜବୋଲ୍ଲା ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ହେଜ୍ବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ଏହି ପେଜରଗୁଡ଼ିକରେ ଜିପିଏସ୍ କ୍ଷମତା, ମାଇକ୍ରୋଫୋନ୍ କି କ୍ୟାମେରା ନ ଥିଲା। ହେଜ୍ବୋଲ୍ଲା ନେତା ହାସନ ନସ୍ରଲ୍ଲାଙ୍କୁ ମଧ୍ୟ ଇସ୍ରାଏଲ୍ ହତ୍ୟା କରିଥିବା ନେତାନ୍ୟାହୁ ରବିବାର ସ୍ପଷ୍ଟ କରିଛନ୍ତି। ତାଙ୍କ ନିର୍ଦ୍ଦେଶକ୍ରମେ ଇସ୍ରାଏଲୀ ସେନା ବେରୁଟ୍ରେ ଆକ୍ରମଣ କରିବାରୁ ନସ୍ରଲ୍ଲା ନିହତ ହୋଇଥିଲେ।
The post ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ appeared first on Dharitri Odia News.