CSK ଟିମକୁ ୧୮୪ ରନର ଟାର୍ଗେଟ୍ ଦେଲା DCଟିମ୍, ଧୋନିଙ୍କ ଉପରେ ମ୍ୟାଚ୍ ନିର୍ଭର  

IPL୨୦୨୫ ମ୍ୟାଚ୍ ନମ୍ବର ୧୭ରେ CSK ଟିମ୍ ଦିଲ୍ଲୀ କ୍ୟାପିଟାଲ(DC) ବିପକ୍ଷରେ ମ୍ୟାଚ୍ ଖେଳୁଛି । ଚେନ୍ନାଇର ଚିଦବରମ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଦିଲ୍ଲୀ କ୍ୟାପିଟାଲ ଟିମ୍ CSK ଟିମକୁ ଜିତିବା ପାଇଁ ୧୮୪ରନର ଟାର୍ଗେଟ୍ ଦେଇଛି । ଯାହା ପରେ CSK ଟିମ ୧୫.୨ଓଭର ୫ ୱିକେଟରେ ୧୦୯ ରନ୍ କରି ଟାର୍ଗେଟର ପିଛା କରୁଛି । ବିଜୟ ଲକ୍ଷ୍ୟରେ ଡିସି ଟିମ୍ ଥିବାବେଳେ ପିଚରେ ଅଛନ୍ତି ଶଙ୍କର ଏବଂ […] The post CSK ଟିମକୁ ୧୮୪ ରନର ଟାର୍ଗେଟ୍ ଦେଲା DCଟିମ୍, ଧୋନିଙ୍କ ଉପରେ ମ୍ୟାଚ୍ ନିର୍ଭର   appeared first on KNews Odisha.

CSK ଟିମକୁ ୧୮୪ ରନର ଟାର୍ଗେଟ୍ ଦେଲା DCଟିମ୍, ଧୋନିଙ୍କ ଉପରେ ମ୍ୟାଚ୍ ନିର୍ଭର  

IPL୨୦୨୫ ମ୍ୟାଚ୍ ନମ୍ବର ୧୭ରେ CSK ଟିମ୍ ଦିଲ୍ଲୀ କ୍ୟାପିଟାଲ(DC) ବିପକ୍ଷରେ ମ୍ୟାଚ୍ ଖେଳୁଛି । ଚେନ୍ନାଇର ଚିଦବରମ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଦିଲ୍ଲୀ କ୍ୟାପିଟାଲ ଟିମ୍ CSK ଟିମକୁ ଜିତିବା ପାଇଁ ୧୮୪ରନର ଟାର୍ଗେଟ୍ ଦେଇଛି । ଯାହା ପରେ CSK ଟିମ ୧୫.୨ଓଭର ୫ ୱିକେଟରେ ୧୦୯ ରନ୍ କରି ଟାର୍ଗେଟର ପିଛା କରୁଛି । ବିଜୟ ଲକ୍ଷ୍ୟରେ ଡିସି ଟିମ୍ ଥିବାବେଳେ ପିଚରେ ଅଛନ୍ତି ଶଙ୍କର ଏବଂ ମହେନ୍ଦ୍ର ସିଂ ଧୋନୀ । ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଦୁଇଟି ବିଜୟ ହାସଲ କରିଥିବାବେଳେ CSK ଟିମ୍ ଗୋଟିଏରେ ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ପ୍ରଚେଷ୍ଟା ଚାଲୁ ରଖିଛି ।

CSK ଟିମ୍ ଖେଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା । ଯାହାଫଳରେ ଦିଳ ୧୪ ରନ୍ କରି ୨ଟି ୱିକେଟ ହରାଇଥିଲା । ରଚିନ ରବିନ୍ଦ୍ର ମାତ୍ର ୩ରନ୍ କରି ମୁକେଶ କୁମାରଙ୍କ ଦ୍ରୁତ ବୋଲିଂରେ ଆଉଟ୍ ହୋଇଥିଲେ ।  ଠିକ୍ ସେହିପରି କ୍ୟାପଟେନ ଋତୁରାଜ ଗାୟିକୱାର୍ଡ  ୫ ରନରେ ମିଚେଲ ଷ୍ଟାର୍କଙ୍କ ବୋଲିଂରେ ଆଉଟ ହୋଇଥିଲେ । ସିଭ୍ରାମ ଦୁବେ ଆସି ବ୍ୟାଟିଂ ପାଇଁ ଆସି ଆକ୍ରମଣାତ୍ମକ ଢଙ୍ଗରେ ତାଙ୍କ ପାଳି ଆରମ୍ଭ କରି ମଧ୍ୟ ମାତ୍ର ୧୮ ରନରେ ସ୍ପିନର ଭିପରାଜ ବୋଲିଂରେ ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜାଙ୍କ ଭଲ ପ୍ରଦର୍ଶନ ପାଇଁ ସମସ୍ତେ ଆଶାବାଦୀ ଥିଲେ କିନ୍ତୁ ୨ରନ୍ କରି କୁଲଦିପ ଜାଦବଙ୍କ ବୋଲିଂରେ ସେ ମଧ୍ୟ ଆଉଟ୍ ହୋଇଥିଲେ । ତେଣୁ CSK ଟିମ୍ ମ୍ୟାଚରେ ୭୪ଟି ରନରେ ୫ଟି ୱିକେଟ କରିଥିଲେ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ ଟିମ୍ ପ୍ରଥମେ ଟସ୍ ଜିତିବା ପରେ  ବ୍ୟାଟିଂ କରି ୧୮୩ ରନରେ ୬ଟି ୱିକେଟ ହାସଲ କରିଥିଲା । ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ ଟିମ୍ ଭଲ ଖେଳିନଥିଲେ । ଏହା ପରେ ଅଭିଷେକ ପୋରେଲ ଏବଂ କେଏଲ ରାହୁଲ ମିଶି ୫୪ରନ୍ କରି ମ୍ୟାଚକୁ ସମ୍ଭାଳିନେଇଥିଲେ । ରବିନ୍ଦ୍ର ଜାଡେଜାଙ୍କ ସ୍ପିନ୍ ବୋଲିଂ କରି  ପୋରେଲଙ୍କୁ ଆଉଟ କରିଥିଲେ । ପୋରେଲ ୨୦ ବୋଲିଂରେ ୩୩ ରନ୍ କରିଥିଲେ । ଯେଉଁଥିରେ ୪ଟି ଚଉକା ଓ ଗୋଟିଏ ଛକା ମାରିଛନ୍ତି। ବର୍ତ୍ତମାନ ଦୁଇଟି ଟିମ୍ ମଧ୍ୟରେ ୩୦ଟି ମ୍ୟାଚ୍ ଖେଳାଯାଇଛି । CSKଟିମ୍ ୧୯ମ୍ୟାଚ୍ ଜିତିଥିବାବେଳେ ଦିଲ୍ଲୀ କ୍ୟାପିଟାଲ ଟିମ୍ ୧୧ଟି ମ୍ୟାଚରେ ଜିତ୍ ହାସଲ କରିଛି ।

 

Also Read : IPL ମ୍ୟାଚରେ ବିରାଟ କୋହଲିଙ୍କୁ ଲାଗିଲା ଶକ୍ତ ଆଘାତ,  RCB ଟିମକୁ ପରାସ୍ତ କଲା ଗୁଜୁରାଟ ଟାଇଟନ୍ସ

The post CSK ଟିମକୁ ୧୮୪ ରନର ଟାର୍ଗେଟ୍ ଦେଲା DCଟିମ୍, ଧୋନିଙ୍କ ଉପରେ ମ୍ୟାଚ୍ ନିର୍ଭର   appeared first on KNews Odisha.