CSKର ଆଗାମୀ ମ୍ୟାଚ୍ ଖେଳିବେନି MS ଧୋନୀ ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ ୦୨/୦୪: ଶୁକ୍ରବାର ଦିନ ଆଇପିଏଲରେ ଚେନ୍ନାଇ-ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ହେବିଓ୍ୱେଟ ମ୍ୟାଚ୍ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ହେଲେ ଜାଣିବାକୁ ମିଳିଛି ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ ମହେନ୍ଦ୍ର ସିଂ ଧୋନି? ତେବେ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ତରଫରୁ କୌଣସି ସୂଚନା ମିଳିପାରିନି । ତେବେ ଏହା ଶୁଣିବା ପରେ ପ୍ରଶଂସକଙ୍କୁ ଲାଗିବାକୁ ଯାଉଛି ବଡ ଝଟ୍କା । ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ପଡ଼ିଆରୁ ବାହାରିଥିବାର ନଜର ଆସିଥିଲେ । ତାଙ୍କ ଅବସ୍ଥା ଦେଖିବା ପରେ ଯାହା ଜଣାପଡୁଛି, ଯେ କ୍ୟାପଟେନ କୁଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏକାଦଶ ଖେଳରୁ ବାଦ ପଡିପାରନ୍ତି । ସୂଚନା ଥାଉକି, ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ଏକ ଚମତ୍କାର ଇନିଂସ ଖେଳିଥିଲେ । କ୍ୟାପଟେନ କୁଲ ୧୬ଟି ବଲରେ ୩୭ ରନ ସ୍କୋର କରିଥିଲେ । ସେ ତାଙ୍କ ଇନିଂସରେ ୪ଟି ଚଉକା, ୩ଟି ଛକା ମାରିଥିଲେ । ତଥାପି ଦଳକୁ ବିଜୟ ଦେଇପାରିନଥିଲେ । ଲଢୁଆ ଇଁନିସ ଖେଳିବା ପରେ ଦଳ ହାରିଥିଲା । ତେବେ ଏହି ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନି ଯେଉଁଭଳି ଭାବରେ ପଡ଼ିଆରେ ନଜର ଆସିଥେଲ ତାକୁ ଦେଖିବା ପରେ ଯାହା ଲାଗୁଥିଲା ପ୍ରଶଂସକଙ୍କ ପାଇଁ ଖୁସି ଖବର ନୁହେଁ । ତାଙ୍କୁ ଦେଖିଲେ ଲାଗୁଥିଲା ଯେ, ସେ ଠିକ୍
ନୂଆଦିଲ୍ଲୀ ୦୨/୦୪: ଶୁକ୍ରବାର ଦିନ ଆଇପିଏଲରେ ଚେନ୍ନାଇ-ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ହେବିଓ୍ୱେଟ ମ୍ୟାଚ୍ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ହେଲେ ଜାଣିବାକୁ ମିଳିଛି ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ ମହେନ୍ଦ୍ର ସିଂ ଧୋନି?
ତେବେ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ତରଫରୁ କୌଣସି ସୂଚନା ମିଳିପାରିନି । ତେବେ ଏହା ଶୁଣିବା ପରେ ପ୍ରଶଂସକଙ୍କୁ ଲାଗିବାକୁ ଯାଉଛି ବଡ ଝଟ୍କା । ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ପଡ଼ିଆରୁ ବାହାରିଥିବାର ନଜର ଆସିଥିଲେ । ତାଙ୍କ ଅବସ୍ଥା ଦେଖିବା ପରେ ଯାହା ଜଣାପଡୁଛି, ଯେ କ୍ୟାପଟେନ କୁଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏକାଦଶ ଖେଳରୁ ବାଦ ପଡିପାରନ୍ତି ।
ସୂଚନା ଥାଉକି, ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ଏକ ଚମତ୍କାର ଇନିଂସ ଖେଳିଥିଲେ । କ୍ୟାପଟେନ କୁଲ ୧୬ଟି ବଲରେ ୩୭ ରନ ସ୍କୋର କରିଥିଲେ । ସେ ତାଙ୍କ ଇନିଂସରେ ୪ଟି ଚଉକା, ୩ଟି ଛକା ମାରିଥିଲେ । ତଥାପି ଦଳକୁ ବିଜୟ ଦେଇପାରିନଥିଲେ । ଲଢୁଆ ଇଁନିସ ଖେଳିବା ପରେ ଦଳ ହାରିଥିଲା ।
ତେବେ ଏହି ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନି ଯେଉଁଭଳି ଭାବରେ ପଡ଼ିଆରେ ନଜର ଆସିଥେଲ ତାକୁ ଦେଖିବା ପରେ ଯାହା ଲାଗୁଥିଲା ପ୍ରଶଂସକଙ୍କ ପାଇଁ ଖୁସି ଖବର ନୁହେଁ । ତାଙ୍କୁ ଦେଖିଲେ ଲାଗୁଥିଲା ଯେ, ସେ ଠିକ୍ ନାହାଁନ୍ତି । ଯଦି ଏମିତି ହୁଏ ତେବେ, କ୍ୟାପଟେନ୍ କୁଲ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏକାଦଶ ଖେଳରୁ ଦୂରେଇ ହହିବେ । ହେଲେ ଦଳ ପାଇଁ ବୁମାରେ ହେବ ବୋଲି ମତ ବାଢିଲେଣି ସମୀକ୍ଷକ । କରାଣ ଯାହା ଲାଗେ ଧୋନୀଙ୍କ ବିନା ଚେନ୍ନାଇ ଖେଳିବା ସମ୍ଭବ ନୁହେଁ ।
କାରଣ ନୂଆକରି ଡିଫେଣ୍ଡିଂ ଚାମ୍ପିଅନ୍ ପାଇଁ ଏହା ଏକ ବଡ ଝଟ୍କା ହେବ । ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଦିଲ୍ଲୀ ରାଜଧାନୀ ବିପକ୍ଷରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଚେନ୍ନାଇ ସୁପର କିଙ୍ଗ୍ସ ୩ ମ୍ୟାଚ୍ ରେ ୨ ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି ।