DeepSeekକୁ ଟକ୍କର ଦେବା ପାଇଁ ChatGPT ଆଣିଲା Deep Research AI, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ChatGPT ପ୍ରସ୍ତୁତ କରିଥିବା କମ୍ପାନୀ OpenAI ନିଜର ନୂଆ ଆଡଭାନ୍ସ ଏଆଇ ଏଜେଣ୍ଟ Deep Research ଲଞ୍ଚ କରିଛି। ଏହା ଏଆଇ ଟୁଲ ବିପୁଳ ପରିମାଣରେ ଅନଲାଇନ ଡାଟା ଏବଂ ମଲ୍ଟି-ଷ୍ଟେପ ରିସର୍ଚ୍ଚ ଟାସ୍କକୁ ପୂରା କରିବ। ଏହି ଟୁଲକୁ ଚାଟା ଜିପିଟି ପ୍ରୋ, ପ୍ଲସ ଏବଂ ଟି, ନେକ୍ସଟ ୟୁଜର୍ସଙ୍କ ପାଇଁ ଅଣାଯାଇଛି। ଚାଟ ଜିପିଟିର ଏହି ଆଡଭାନ୍ସ ଏଆଇ ଟୁଲ ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ଚୀନର ଏଆଇ ଟୁଲ DeepSeek […]

DeepSeekକୁ ଟକ୍କର ଦେବା ପାଇଁ ChatGPT ଆଣିଲା Deep Research AI, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ChatGPT ପ୍ରସ୍ତୁତ କରିଥିବା କମ୍ପାନୀ OpenAI ନିଜର ନୂଆ ଆଡଭାନ୍ସ ଏଆଇ ଏଜେଣ୍ଟ Deep Research ଲଞ୍ଚ କରିଛି। ଏହା ଏଆଇ ଟୁଲ ବିପୁଳ ପରିମାଣରେ ଅନଲାଇନ ଡାଟା ଏବଂ ମଲ୍ଟି-ଷ୍ଟେପ ରିସର୍ଚ୍ଚ ଟାସ୍କକୁ ପୂରା କରିବ।

ଏହି ଟୁଲକୁ ଚାଟା ଜିପିଟି ପ୍ରୋ, ପ୍ଲସ ଏବଂ ଟି, ନେକ୍ସଟ ୟୁଜର୍ସଙ୍କ ପାଇଁ ଅଣାଯାଇଛି। ଚାଟ ଜିପିଟିର ଏହି ଆଡଭାନ୍ସ ଏଆଇ ଟୁଲ ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ଚୀନର ଏଆଇ ଟୁଲ DeepSeek R1କୁ କଡ଼ା ଟକ୍କର ଦେବ। ଓପେନଆଇର ସିଇଓ ସାମ ଅଲ୍ଟମ୍ୟାନ ଏହି ଏଆଇ ଏଜେଣ୍ଟକୁ ଅନ-ଡିମାଣ୍ଡ ସୁପରପାୱାର ବୋଲି କହିଛି।

ଓପେନଏଆଇର ଭାଇସ ପ୍ରେସିଡେଣ୍ଟ ଇଞ୍ଜିନିୟର ଶ୍ରୀନିବାସ ନାରାୟଣ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ଏଆଇ ଏଜେଣ୍ଟ ବିଷୟରେ ବିସ୍ତୃତ ଭାବେ କହିଛନ୍ତି। ସେ କହିଛନ୍ତି ଯେ, ଏଆଇ ଏଜେଣ୍ଟ ଜଟିଳ ପ୍ରଶ୍ନକୁ ଆବଶ୍ୟକ ମୁତାବକ ଭାଙ୍ଗି ଇଣ୍ଟରନେଟ ଏବଂ ଫାଇଲ୍ସରେ ଆମ ଦ୍ୱାରା ଫିଡ କରାଯାଇଥିବା ଡାଟାକୁ ବୁଝାଇଥାଏ।

ଏହା ଏଆଇ ଟୁଲ ଜଟିଳ ରିଜନିଙ୍ଗ ପ୍ରଶ୍ନର ଉତ୍ତର ଦେଇପାରିବ। ଏହି ଟୁଲର କାମ ରିସର୍ଚ୍ଚକୁ ପ୍ରସ୍ତୁତ କରିବାଠାରୁ ନେଇ ସପିଂ ଆଡଭାଇସ, ଟ୍ରାଭେଲ ପ୍ଲାନ ପ୍ରସ୍ତୁତ କରିବା ଲାଗି କରାଯାଇପାରେ।

ସାମ ଅଲ୍ଟମ୍ୟାନ ନିଶ୍ଚିତ କରିଛନ୍ତି ଯେ, ଏହି ନୂଆ ଏଆଇ ଏଜେଣ୍ଟ ଜଟିଳ ପ୍ରଶ୍ନର ଉତ୍ତରରେ ୫ରୁ ୩୦ ମିନିଟର ସମୟ ନେଇଥାଏ। OpenAIର ଏହି ଟୁଲ ୱେବ ବ୍ରାଉଜିଙ୍ଗ ସହ ପାଇଥନ ଆନାଲିସ କରିବାରେ ମଧ୍ୟ ସକ୍ଷମ ହେବ। ଏହା OpenAI o3 ଲାର୍ଜ ଲାଙ୍ଗୁଏଜ ମଡେଲରେ କାମ କରିଥାଏ।