Delhi Election Result 2025: ଦିଲ୍ଲୀରେ ଏଥର ରେକର୍ଡ ମହିଳା ପ୍ରାର୍ଥୀ ଲଢ଼ିଥିଲେ ନିର୍ବାଚନ, ହେଲେ ଜିତିଲେ ମାତ୍ର ୫

ନୂଆଦିଲ୍ଲୀ: ଘୋଷଣା ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଆପ୍‌କୁ ହଟାଇ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ବିଜେପି। ତେବେ ସବୁଠାରୁ ବଡ଼ କଥା ହେଲା ଏଥ ବିଧାନସଭା ନିର୍ବାଚନରେ ଅଧିକ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ୧୯୭୨ ମସିହା ଠାରୁ ଏପର୍ଯ୍ୟନ୍ତ ସର୍ବାଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଥିଲା। ବିଜେପି ୮ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ବେଳେ ଆପ୍‌ ଓ କଂଗ୍ରେସ ୯ ଜଣ ଲେଖାଏ ପ୍ରାର୍ଥୀ ଛିଡ଼ା କରିଥିଲେ। ଏହି ୩ ଦଳ ମିଶାଇ ମୋଟ ୨୬ ଜଣ ମହିଳା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ବି ଖୁବ୍ କମ୍ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପିର ୮ ପ୍ରାର୍ଥୀଙ୍କ ମଧ୍ୟରୁ ୪ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆପ୍‌ର କେବଳ ଜଣେ ଆତିଶୀ ମାର୍ଲେନା କାଲ୍‌କାଜୀରୁ ବିଜୟୀ ହୋଇଛନ୍ତି। ହେଲେ କଂଗ୍ରେସର ସମସ୍ତ ମହିଳା ପ୍ରାର୍ଥୀ ହାରି ଯାଇଛନ୍ତି। ୩ ଦଳର ମୋଟ ୨୬ ମହିଳା ପ୍ରାର୍ଥୀରୁ ମାତ୍ର ୫ ଜଣ ବିଜୟୀ ହୋଇଥିବା ବେଳେ ୨୧ ଜଣ ପରାଜିତ ହୋଇଛନ୍ତି। ମୋଟ ହିସାବ କଲେ ଦିଲ୍ଲୀରେ ୯୬ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ହେଲେ ଏଥିରୁ ମାତ୍ର ୫ ହିଁ ଜିତିଛନ୍ତି। ପଢନ୍ତୁ- କଂଗ୍ରେସର ୭୦ରୁ ୬୭ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଦିଲ୍ଲୀ ନିର୍ବାଚନରେ କେବଳ ୩ ଜଣ ବଞ୍ଚାଇଲେ ଇଜ୍ଜତନଗଣ୍ୟ ପରିବର୍ତ୍ତନ ସହିତ ଗତ ୩ ଦଶନ୍ଧୀ ଧରି ଦିଲ୍ଲୀ ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସ

Delhi Election Result 2025: ଦିଲ୍ଲୀରେ ଏଥର ରେକର୍ଡ ମହିଳା ପ୍ରାର୍ଥୀ ଲଢ଼ିଥିଲେ ନିର୍ବାଚନ, ହେଲେ ଜିତିଲେ ମାତ୍ର ୫

ନୂଆଦିଲ୍ଲୀଘୋଷଣା ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଆପ୍‌କୁ ହଟାଇ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ବିଜେପି। ତେବେ ସବୁଠାରୁ ବଡ଼ କଥା ହେଲା ଏଥ ବିଧାନସଭା ନିର୍ବାଚନରେ ଅଧିକ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ୧୯୭୨ ମସିହା ଠାରୁ ଏପର୍ଯ୍ୟନ୍ତ ସର୍ବାଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଥିଲା। 

ବିଜେପି ୮ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ବେଳେ ଆପ୍‌ ଓ କଂଗ୍ରେସ ୯ ଜଣ ଲେଖାଏ ପ୍ରାର୍ଥୀ ଛିଡ଼ା କରିଥିଲେ। ଏହି ୩ ଦଳ ମିଶାଇ ମୋଟ ୨୬ ଜଣ ମହିଳା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ବି ଖୁବ୍ କମ୍ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପିର ୮ ପ୍ରାର୍ଥୀଙ୍କ ମଧ୍ୟରୁ ୪ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆପ୍‌ର କେବଳ ଜଣେ ଆତିଶୀ ମାର୍ଲେନା କାଲ୍‌କାଜୀରୁ ବିଜୟୀ ହୋଇଛନ୍ତି। ହେଲେ କଂଗ୍ରେସର ସମସ୍ତ ମହିଳା ପ୍ରାର୍ଥୀ ହାରି ଯାଇଛନ୍ତି। ୩ ଦଳର ମୋଟ ୨୬ ମହିଳା ପ୍ରାର୍ଥୀରୁ ମାତ୍ର ୫ ଜଣ ବିଜୟୀ ହୋଇଥିବା ବେଳେ ୨୧ ଜଣ ପରାଜିତ ହୋଇଛନ୍ତି। ମୋଟ ହିସାବ କଲେ ଦିଲ୍ଲୀରେ ୯୬ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ହେଲେ ଏଥିରୁ ମାତ୍ର ୫ ହିଁ ଜିତିଛନ୍ତି। 

ପଢନ୍ତୁ- କଂଗ୍ରେସର ୭୦ରୁ ୬୭ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଦିଲ୍ଲୀ ନିର୍ବାଚନରେ କେବଳ ୩ ଜଣ ବଞ୍ଚାଇଲେ ଇଜ୍ଜତ

ନଗଣ୍ୟ ପରିବର୍ତ୍ତନ ସହିତ ଗତ ୩ ଦଶନ୍ଧୀ ଧରି ଦିଲ୍ଲୀ ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା କମ ରହି ଆସିଛି। ୧୯୯୩ ମସିହାରେ, ମାତ୍ର ତିନି ଜଣ ମହିଳା ନିର୍ବାଚିତ ହୋଇଥିଲେ। ଏହା ବିଧାନସଭାର ମାତ୍ର ୪.୩ ପ୍ରତିଶତ ଥିଲା। ତେବେ ୧୯୯୮ ମସିହାରେ ସର୍ବାଧିକ ନଅ ଜଣ ମହିଳା ବିଜୟୀ ହୋଇଥିଲେ। ଯାହା ମୋଟ ଆସନର ୧୨.୯ ପ୍ରତିଶତ ଥିଲା। 

ତଥାପି ପରବର୍ତ୍ତୀ ବର୍ଷଗୁଡ଼ିକରେ ମହିଳା ପ୍ରତିନିଧିତ୍ୱ ସଂଖ୍ୟାରେ କିଛି କଛି ପରିବର୍ତ୍ତନ ହେଉଥିଲା। ୨୦୦୩ ମସିହାରେ, ସାତ ଜଣ ମହିଳା ନିର୍ବାଚିତ ହୋଇଥିଲେ, କିନ୍ତୁ ୨୦୦୮ ଏବଂ ୨୦୧୩ ଉଭୟରେ ଏହା ଦ୍ରୁତ ଗତିରେ ହ୍ରାସ ପାଇ ମାତ୍ର ତିନି ଜଣ ନିର୍ବାଚିତ ହୋଇଥିଲେ। ୨୦୧୫ ମସିହାରେ ଏକ ସାମାନ୍ୟ ଉନ୍ନତି ଆସିଥିଲା, ୬ ଜଣ ମହିଳା ବିଜୟୀ ହୋଇଥିଲେ। ପୁଣି ୨୦୨୦ ମସିହାରେ ଏଥିରେ ସାମାନ୍ୟ ବୃଦ୍ଧି ଘଟି ୮ ଜଣ ମହିଳା ବିଜୟୀ ହୋଇଥିଲେ। ଯାହା ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୧୧.୪ ପ୍ରତିଶତ କରିଥିଲା। 

ପଢନ୍ତୁ- ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରିବେ କେଜରିୱାଲ!


ପୁଣି ୨୦୨୫ରେ ମହିଳା ବିଧାୟିକାଙ୍କ ହ୍ରାସ ପାଇଛି। କେବଳ ପାଞ୍ଚ ଜଣ ମହିଳା ନିର୍ବାଚିତ ହୋଇଛନ୍ତି। ଯାହା ବିଧାନସଭାରେ ୭.୧ ପ୍ରତିଶତକୁ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀ ୩ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସାରିଛି। ୧୯୯୮ ମସିହାରେ ବିଜେପିର ସୁଷମା ସ୍ୱରାଜ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ କଂଗ୍ରେସର ଶିଲା ଦିକ୍ଷୀତ ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ଆପ୍‌ର ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ଅଛନ୍ତି। ସୁଷମା ସ୍ୱରାଜ ମାତ୍ର ୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆତିଶୀ ମାର୍ଲେନା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ଏବେ ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଅତିଶୀ ଖୁବ୍‌ଶୀଘ୍ର ତାଙ୍କ ପଦରୁ ଇସ୍ତଫା ଦେବେ। ହେଲେ କଂଗ୍ରେସର ଶିଲା ଦିକ୍ଷୀତ ଗତ ଦୀର୍ଘ ୧୫ ବର୍ଷ ହେବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦିଲ୍ଲୀ ରାଜନୈତିକ ଇତିହାସରେ ମହିଳା ପ୍ରଭାବ ବର୍ତ୍ତମାନରେ କାମ କରୁ ନାହିଁ।