ଧାନବିକ୍ରି ପାଇଁ ଆସିଲାନି ଟୋକନ୍, ସମବାୟ ସମିତି ଆଗରେ ଧାରଣାରେ ବସିଲେ ଚାଷୀ
ଆନନ୍ଦପୁର: ଧାନବିକ୍ରି ପାଇଁ ଆଜି ସୁଦ୍ଧା ଟୋକନ୍ ଆସିନାହିଁ। ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଲେ ୪ଜଣ ଚାଷୀ। ଆନନ୍ଦପୁର ବ୍ଲକ୍ ବେଲବାହାଳି ସେବା ସମୟବାୟ ସମିତି ଠାରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି। ଚଳିତବର୍ଷ ଧାନବିକ୍ରି କରିବାକୁ ରେଜେଷ୍ଟେସନ କରିଥିବା ଚାଷୀ ଦାମୋଦର ସାହୁ, କେଳା ସାହୁ, ଡାହାଳ ସାହୁ ଓ ସତ୍ୟଭାମା ସାହୁ ଧାରଣାରେ ବସିଛନ୍ତି।ସମବାୟ ସମିତି ଅଧିନ ପ୍ରାୟ ଅନେକ ଚାଷୀ ନିଜଧାନ ବିକ୍ରି କରି ପଇସା ପାଇସାରିଥିବେ ବେଳେ ୨୬ଜଣ ଚାଷୀଙ୍କ ଟୋକନ ଆସିନଥିବା ଜଣାପଡିଛି। ଧାନବିକ୍ରିକୁ ନେଇ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିବା ଚାଷୀ ବାଧ୍ୟ ହୋଇ ଧାରଣାରେ ବସିଥିବା କହିଛନ୍ତି। ତେବେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଓ ମାର୍ଚ୍ଚ ମାସ ଶେଷସୁଦ୍ଧା ସମସ୍ତ ଚାଷୀଙ୍କ ଟୋକନ ଆସିବ ବୋଲି କହିଛନ୍ତି ସମବାୟ ସମିତି ସମ୍ପାଦକ।
ଆନନ୍ଦପୁର: ଧାନବିକ୍ରି ପାଇଁ ଆଜି ସୁଦ୍ଧା ଟୋକନ୍ ଆସିନାହିଁ। ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଲେ ୪ଜଣ ଚାଷୀ। ଆନନ୍ଦପୁର ବ୍ଲକ୍ ବେଲବାହାଳି ସେବା ସମୟବାୟ ସମିତି ଠାରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି। ଚଳିତବର୍ଷ ଧାନବିକ୍ରି କରିବାକୁ ରେଜେଷ୍ଟେସନ କରିଥିବା ଚାଷୀ ଦାମୋଦର ସାହୁ, କେଳା ସାହୁ, ଡାହାଳ ସାହୁ ଓ ସତ୍ୟଭାମା ସାହୁ ଧାରଣାରେ ବସିଛନ୍ତି।
ସମବାୟ ସମିତି ଅଧିନ ପ୍ରାୟ ଅନେକ ଚାଷୀ ନିଜଧାନ ବିକ୍ରି କରି ପଇସା ପାଇସାରିଥିବେ ବେଳେ ୨୬ଜଣ ଚାଷୀଙ୍କ ଟୋକନ ଆସିନଥିବା ଜଣାପଡିଛି। ଧାନବିକ୍ରିକୁ ନେଇ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିବା ଚାଷୀ ବାଧ୍ୟ ହୋଇ ଧାରଣାରେ ବସିଥିବା କହିଛନ୍ତି।
ତେବେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଓ ମାର୍ଚ୍ଚ ମାସ ଶେଷସୁଦ୍ଧା ସମସ୍ତ ଚାଷୀଙ୍କ ଟୋକନ ଆସିବ ବୋଲି କହିଛନ୍ତି ସମବାୟ ସମିତି ସମ୍ପାଦକ।