କାହିଁକି ଖେଳାଗଲାନି ସୁପର ଓଭର ମ୍ୟାଚ୍‌,T20 ଓ ODIରେ ଅଲଗା ନିୟମ କାହିଁକି ?

ନୂଆଦିଲ୍ଲୀ ୦୭।୦୮: ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ରହିଥିଲା ଟାଏ । ଶ୍ରୀଲଙ୍କା ଟାର୍ଗେଟକୁ ଲକ୍ଷ୍ୟ କରି ଜିତି ପାରିଲାନି ରୋହିତଙ୍କ ଟିମ୍ । ଫଳରେ କୌଣସି ଦଳ ଆଗୁଆ ହୋଇପାରିନି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୮ ଓ୍ବିକେଟ୍‌ ହରାଇ କରିଥିଲା ୨୩୦ ରନ୍ । ଜବାବରେ ଟିମ୍ ଇଣ୍ଡିଆ ମଧ୍ୟ କରିଥିଲା ୨୩୦ ରନ୍‌ । ଆଉ କରିପାରିନଥିଲା ମାତ୍ର ୧ ରନ୍‌ । ଫଳରେ ପ୍ରଥମ ଦିନିକିଆ ଟାଏ ଭାବେ ଶେଷ ହୋଇଥିଲା । ମ୍ୟାଚ୍ ଶେଷ ହେବା ମାତ୍ରେ ପ୍ରଶଂସକମାନେ ଭାବିଥିଲେ କି ସୁପର ଓଭର ଖେଳାଯିବ । କିନ୍ତୁ ଏପରି କିଛି ହୋଇନଥିଲା । ଉଭୟ ଦଳର ଖେଳାଳି ପରସ୍ପର ସହ ହାତ ମିଳାଇ ନିଜ ନିଜ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ । ଏବେ ପ୍ରଶ୍ନ ଉଠିଛି ଯେ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର କାହିଁକି ଖେଳାଯାଇନଥିଲା ? ସାଧାରଣତଃ ମ୍ୟାଚ୍‌ ଟାଏ ଭାବେ ଶେଷ ହେଲେ ସୁପର୍‌ ଓଭର ଖେଳାଯାଇ ବିଜେତା ନିର୍ଦ୍ଧାରଣ କରାଯାଇଥାଏ । କିନ୍ତୁ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ତାହା ଦେଖିବାକୁ ମିଳିନଥିଲା । କଣ ରହିଛି ଆଇସିସିର ନିୟମ ?  କଣ ଟି-୨୦ ଏବଂ ଓଡିଆଇ ପାଇଁ ରହିଛି ଭିନ୍ନ ଭିନ୍ନ ନିୟମ ? ବାସ୍ତବରେ ଓ୍ବାନଡେ ଇଣ୍ଟରନ୍ୟାସନାଲରେ ସୁପର ଓଭରକୁ ନେଇ ଆଇସିସିର ରହିଛି ଭିନ୍ନ ନିୟମ । ICCର ନିୟମ ଅନୁଯାୟୀ, ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ସମସ୍ତ ମୁକାବିଲାରେ ସୁପର୍‌ ଓଭର ଖେଳାଯାଇପାରିବ । ମ୍ୟାଚ୍‌ ଟାଏ ହେଲେ ସୁ

କାହିଁକି ଖେଳାଗଲାନି ସୁପର ଓଭର ମ୍ୟାଚ୍‌,T20 ଓ ODIରେ ଅଲଗା ନିୟମ କାହିଁକି ?

ନୂଆଦିଲ୍ଲୀ ୦୭।୦୮: ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ରହିଥିଲା ଟାଏ । ଶ୍ରୀଲଙ୍କା ଟାର୍ଗେଟକୁ ଲକ୍ଷ୍ୟ କରି ଜିତି ପାରିଲାନି ରୋହିତଙ୍କ ଟିମ୍ । ଫଳରେ କୌଣସି ଦଳ ଆଗୁଆ ହୋଇପାରିନି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୮ ଓ୍ବିକେଟ୍‌ ହରାଇ କରିଥିଲା ୨୩୦ ରନ୍ । ଜବାବରେ ଟିମ୍ ଇଣ୍ଡିଆ ମଧ୍ୟ କରିଥିଲା ୨୩୦ ରନ୍‌ । ଆଉ କରିପାରିନଥିଲା ମାତ୍ର ୧ ରନ୍‌ । 

ଫଳରେ ପ୍ରଥମ ଦିନିକିଆ ଟାଏ ଭାବେ ଶେଷ ହୋଇଥିଲା । ମ୍ୟାଚ୍ ଶେଷ ହେବା ମାତ୍ରେ ପ୍ରଶଂସକମାନେ ଭାବିଥିଲେ କି ସୁପର ଓଭର ଖେଳାଯିବ । କିନ୍ତୁ ଏପରି କିଛି ହୋଇନଥିଲା । ଉଭୟ ଦଳର ଖେଳାଳି ପରସ୍ପର ସହ ହାତ ମିଳାଇ ନିଜ ନିଜ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ । ଏବେ ପ୍ରଶ୍ନ ଉଠିଛି ଯେ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର କାହିଁକି ଖେଳାଯାଇନଥିଲା ? 

ସାଧାରଣତଃ ମ୍ୟାଚ୍‌ ଟାଏ ଭାବେ ଶେଷ ହେଲେ ସୁପର୍‌ ଓଭର ଖେଳାଯାଇ ବିଜେତା ନିର୍ଦ୍ଧାରଣ କରାଯାଇଥାଏ । କିନ୍ତୁ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ତାହା ଦେଖିବାକୁ ମିଳିନଥିଲା । କଣ ରହିଛି ଆଇସିସିର ନିୟମ ?  କଣ ଟି-୨୦ ଏବଂ ଓଡିଆଇ ପାଇଁ ରହିଛି ଭିନ୍ନ ଭିନ୍ନ ନିୟମ ? ବାସ୍ତବରେ ଓ୍ବାନଡେ ଇଣ୍ଟରନ୍ୟାସନାଲରେ ସୁପର ଓଭରକୁ ନେଇ ଆଇସିସିର ରହିଛି ଭିନ୍ନ ନିୟମ । 

ICCର ନିୟମ ଅନୁଯାୟୀ, ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ସମସ୍ତ ମୁକାବିଲାରେ ସୁପର୍‌ ଓଭର ଖେଳାଯାଇପାରିବ । ମ୍ୟାଚ୍‌ ଟାଏ ହେଲେ ସୁପର୍‌ ଓଭର ଖେଳାଯିବାର ନିୟମ ରହିଛି । କିନ୍ତୁ ଦିନିକିଆରେ ସେଭଳି ନିୟମ ନାହିଁ । ଓ୍ବାନ୍‌ଡେ ପାଇଁ ଆଇସିସିର ନିୟମ ସମ୍ପୂର୍ଣ୍ଣ ଅଲଗା । ଏହି ଫର୍ମାଟ ପାଇଁ ସୁପର୍‌ ଓଭର ଖେଳାଯିବାର ନିୟମ ନାହିଁ । ଯେଉଁଥି ପାଇଁକି ଭାରତ ଓ ଶ୍ରୀଲଙ୍କା ମୁକାବିଲାରେ ସୁପର ଓଭର ଖେଳାଯାଇନଥିଲା । 

ତେବେ ଦିନିକିଆ ଫର୍ମାଟର ଯଦି କୌଣସି ନକ୍‌ଆଉଟ୍‌ ମ୍ୟାଚ୍ ଖେଳାଯାଉଛି ତେବେ ସେହି  ସମୟରେ ଖେଳାଯାଇପାରିବ ସୁପର ଓଭର । ଓ୍ବାନଡେ କ୍ରିକେଟ ଇତିହାସରେ କେବଳ ୩ ଥର ହିଁ ଓ୍ବାନଡେର ଖେଳାଯାଇଛି ସୁପର ଓଭର । ଯେଉଁଥିରୁ ସବୁଠାରୁ ରୋଚକ ଥିଲା ୨୦୧୯ ଫାଇନାଲ୍‌ ମ୍ୟାଚ୍‌ । ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମ୍ୟାଚ୍‌ ଟାଏରେ ଶେଷ ହୋଇଥିଲା । ସୁପର୍‌ ଓଭରରେ ବି ମ୍ୟାଚ୍‌ ଟାଏ ହୋଇଥଇଲା । ଆଉ ସବୁଠୁ ଅଧିକ ବାଉଣ୍ଡରି ମାରିଥିବା ଦଳ ଇଂଲଣ୍ଡକୁ ବିଶ୍ବ ବିଜେତା ଘୋଷଣା କରାଯାଇଥିଲା । 

ଏହାବ୍ୟତୀତ ୨୦୨୦ରେ ଜିମ୍ବାୱେ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ସୁପର ଓଭର ।  ତା’ପରେ ୨୦୨୩ରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ କ୍ୱାଲିଫାୟର୍ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା ସୁପର ଓଭର । ତେବେ ଦିନିକିଆ ଫର୍ମାଟର ସବୁ ମୁକାବିଲାରେ ସୁପର୍ ଓଭର ଲାଗୁ କରିବାକୁ ଦାବି କରି ଆସୁଛନ୍ତି ଅନେକ ପୂର୍ବତନ କ୍ରିକେଟର । କିନ୍ତୁ ICC ପକ୍ଷରୁ ସେଭଳି କୌଣସି ଠୋସ୍‌ ଉତ୍ତର ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।