Delhi Result: ପରାଜୟ ସ୍ୱୀକାର କଲେ କେଜ୍ରିୱାଲ୍, ବିଜେପିକୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ନିଜର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବନିମ୍ରତା ସହ ସ୍ୱୀକାର କରୁଛି । ଏହି ବିଜୟ ପାଇଁ ବିଜେପିକୁ ଶୁଭେଚ୍ଛା ଜଣାଉଛି । କେଜ୍ରିୱାଲ ଆହୁରି କହିଛନ୍ତି ଯେ ଆଶା କରୁଛି ଯେ ସେମାନେ ସେହି ସବୁ ପ୍ରତିଶ୍ରୁତିକୁ ପୂରଣ କରିବେ, ଯେଉଁଥି ପାଇଁ ଲୋକେ ତାଙ୍କୁ ଭୋଟ୍ ଦେଇଛନ୍ତି ।ଅରବିନ୍ଦ କେଜ୍ରିୱାଲ ନିଜ ଭିଡିଓ ବାର୍ତ୍ତାରେ ନିଜ ସରକାରର ଉପଲବ୍ଧି ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆମେ ଗତ ୧୦ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଅନେକ କାମ କରିଛୁ । ଆମେ କେବଳ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ତାହା ନୁହେଁ ବରଂ ଲୋକଙ୍କ ମଧ୍ୟରେ ରହିବୁ ଏବଂ ଲୋକଙ୍କ ସେବା କରିବା ଜାରି ରଖିବୁ ।ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିଥିବା କେଜ୍ରିୱାଲ ଚଳିତ ଥର ନିଜ ଆସନ ବି ବଞ୍ଚାଇ ପାରିଲେ ନାହିଁ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୪୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପରଭେଶ ବର୍ମାଙ୍କୁ ୩୦,୦୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୯୯୯ ଖଣ୍ଡ ଭୋଟ୍ ମିଳିଛି । ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ସିଟ୍ ଜିତି ନିଜର ୨୭ ବ

Delhi Result: ପରାଜୟ ସ୍ୱୀକାର କଲେ କେଜ୍ରିୱାଲ୍, ବିଜେପିକୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ନିଜର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ବନିମ୍ରତା ସହ ସ୍ୱୀକାର କରୁଛି । ଏହି ବିଜୟ ପାଇଁ ବିଜେପିକୁ ଶୁଭେଚ୍ଛା ଜଣାଉଛି । କେଜ୍ରିୱାଲ ଆହୁରି କହିଛନ୍ତି ଯେ ଆଶା କରୁଛି ଯେ ସେମାନେ ସେହି ସବୁ ପ୍ରତିଶ୍ରୁତିକୁ ପୂରଣ କରିବେ, ଯେଉଁଥି ପାଇଁ ଲୋକେ ତାଙ୍କୁ ଭୋଟ୍ ଦେଇଛନ୍ତି ।

ଅରବିନ୍ଦ କେଜ୍ରିୱାଲ ନିଜ ଭିଡିଓ ବାର୍ତ୍ତାରେ ନିଜ ସରକାରର ଉପଲବ୍ଧି ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆମେ ଗତ ୧୦ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଅନେକ କାମ କରିଛୁ । ଆମେ କେବଳ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ତାହା ନୁହେଁ ବରଂ ଲୋକଙ୍କ ମଧ୍ୟରେ ରହିବୁ ଏବଂ ଲୋକଙ୍କ ସେବା କରିବା ଜାରି ରଖିବୁ ।


ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିଥିବା କେଜ୍ରିୱାଲ ଚଳିତ ଥର ନିଜ ଆସନ ବି ବଞ୍ଚାଇ ପାରିଲେ ନାହିଁ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୪୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପରଭେଶ ବର୍ମାଙ୍କୁ ୩୦,୦୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୯୯୯ ଖଣ୍ଡ ଭୋଟ୍ ମିଳିଛି । 

ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ସିଟ୍ ଜିତି ନିଜର ୨୭ ବର୍ଷର ବନବାସ ଶେଷ କରି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ ଆପ୍ ୨୨ ଆସନ ସହ ବିଧାନସଭାରେ ବିରୋଧୀ ଭୂମିକା ଗ୍ରହଣ କରିବାକୁ ଯାଉଛି । ଗତ ତିନି ବିଧାନସଭା ପରି ଚଳିତ ଥର ବି କଂଗ୍ରେସ ନିଜ ଖାତା ଖୋଲିପାରିନାହିଁ ।