Delhi Table Topper: ଚେନ୍ନାଇର ହ୍ୟାଟ୍ରିକ ପରାଜୟ, ଦିଲ୍ଲୀ ଟେବୁଲ ଟପ୍ପର
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ତମ ସଂସ୍କରଣରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ହାସଲ କରିଛି। ଅନ୍ୟ ପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟରେ ୧୮୩ ରନ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା।