Digital Arrestକୁ ନେଇ ଆକ୍ସନରେ କେନ୍ଦ୍ର ସରକାର; ୮୩ ହଜାରରୁ ଅଧିକ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ସାଇବର କ୍ରାଇମ୍ କୋଅର୍ଡିନେସନ ସେଣ୍ଟର, ଡିଜିଟାଲ ଆରେଷ୍ଟ ମାମଲାରେ ସମ୍ପୃକ୍ତ ଥିବା ୮୩, ୬୬୮ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଓ ୩,୯୬୨ରୁ ଅଧିକ ସ୍କାଇପ୍‌ ଆଇଡିକୁ ଚିହ୍ନଟ କରି ବ୍ଲକ୍‌ କରିଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି କହିଥିଲେ, ସାଇବର ଅପରାଧୀମାନେ ଇଡି, ସିବିଆଇ ଭଳି ଏଜେନ୍ସିର ନକଲି ଅଧିକାରୀ ହୋଇ ଏହି ଆକାଉଣ୍ଟର ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ ଠକୁଥିଲେ ।ଏହା  ବ୍ୟତୀତ ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ୭ ଲକ୍ଷ ୮୧ ହଜାରରୁ ଅଧିକ ସିମ୍‌ କାର୍ଡ ଏବଂ  ୨ ଲକ୍ଷ ୮ ହଜାରରୁ ଊର୍ଦ୍ଧ୍ୱ ଆଇଏମ୍‌ଇଆଇ ନମ୍ବର ମଧ୍ୟ ବ୍ଲକ୍‌ କରାଯାଇଛି । ୧୩ ଲକ୍ଷ ୩୬ ହଜାରରୁ ଊର୍ଦ୍ଧ୍ୱ ଅଭିଯୋଗ ଆଧାରରେ ୪,୩୮୬ କୋଟି ଟଙ୍କାରୁ ଅଧିକ କ୍ଷତିକୁ ରୋକା ଯାଇପାରିଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ  ଆହୁରି ମଧ୍ୟ କହିଥିଲେ, କେନ୍ଦ୍ର ସରକାର ଏବଂ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର ଇଣ୍ଟରନ୍ୟାସନାଲ ସ୍କୁଫ୍‌ କଲ୍‌ ବା ଠକେଇ ପାଇଁ ବାହାରୁ ଆସୁଥିବା ଫୋନ୍‌   କଲ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ବ୍ଲକ୍‌ କରିବା ଲାଗି ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି ।  ଏପରି ଫୋନ୍‌ କଲ୍‌ ଆସିଲେ ମୋବାଇଲ ଡିସ୍‌ପ୍ଲେରେ ତାହା ଭାରତର  ନମ୍ବର ବୋଲି ଦେଖାଉଛି । କିନ୍ତୁ ତାହା

Digital Arrestକୁ ନେଇ ଆକ୍ସନରେ କେନ୍ଦ୍ର ସରକାର; ୮୩ ହଜାରରୁ ଅଧିକ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ସାଇବର କ୍ରାଇମ୍ କୋଅର୍ଡିନେସନ ସେଣ୍ଟର, ଡିଜିଟାଲ ଆରେଷ୍ଟ ମାମଲାରେ ସମ୍ପୃକ୍ତ ଥିବା ୮୩, ୬୬୮ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଓ ୩,୯୬୨ରୁ ଅଧିକ ସ୍କାଇପ୍‌ ଆଇଡିକୁ ଚିହ୍ନଟ କରି ବ୍ଲକ୍‌ କରିଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଡିଏମ୍‌କେ ସାଂସଦ ତିରୁଚି ଶିବାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି କହିଥିଲେ, ସାଇବର ଅପରାଧୀମାନେ ଇଡି, ସିବିଆଇ ଭଳି ଏଜେନ୍ସିର ନକଲି ଅଧିକାରୀ ହୋଇ ଏହି ଆକାଉଣ୍ଟର ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ ଠକୁଥିଲେ ।

ଏହା  ବ୍ୟତୀତ ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ୭ ଲକ୍ଷ ୮୧ ହଜାରରୁ ଅଧିକ ସିମ୍‌ କାର୍ଡ ଏବଂ  ୨ ଲକ୍ଷ ୮ ହଜାରରୁ ଊର୍ଦ୍ଧ୍ୱ ଆଇଏମ୍‌ଇଆଇ ନମ୍ବର ମଧ୍ୟ ବ୍ଲକ୍‌ କରାଯାଇଛି । ୧୩ ଲକ୍ଷ ୩୬ ହଜାରରୁ ଊର୍ଦ୍ଧ୍ୱ ଅଭିଯୋଗ ଆଧାରରେ ୪,୩୮୬ କୋଟି ଟଙ୍କାରୁ ଅଧିକ କ୍ଷତିକୁ ରୋକା ଯାଇପାରିଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ  ଆହୁରି ମଧ୍ୟ କହିଥିଲେ, କେନ୍ଦ୍ର ସରକାର ଏବଂ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର ଇଣ୍ଟରନ୍ୟାସନାଲ ସ୍କୁଫ୍‌ କଲ୍‌ ବା ଠକେଇ ପାଇଁ ବାହାରୁ ଆସୁଥିବା ଫୋନ୍‌   କଲ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ବ୍ଲକ୍‌ କରିବା ଲାଗି ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି ।  ଏପରି ଫୋନ୍‌ କଲ୍‌ ଆସିଲେ ମୋବାଇଲ ଡିସ୍‌ପ୍ଲେରେ ତାହା ଭାରତର  ନମ୍ବର ବୋଲି ଦେଖାଉଛି । କିନ୍ତୁ ତାହା ବାସ୍ତବରେ ବିଦେଶରୁ ଆସିଥାଏ । ଏପରି  କଲ୍‌କୁ ବ୍ଲକ୍‌ କରିବା ଲାଗି ଟିଏସ୍‌ପିକୁ  ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସାଇବର ଅପରାଧର ଅଭିଯୋଗ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ୧୯୩୦ ଚାଲୁ କରାଯାଇଛି । ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଲାଗି ଆଞ୍ଚଳିକ  ଭାଷାରେ ସଚେତନ ବାର୍ତ୍ତା ଥିବା କଲର ଟ୍ୟୁନ୍‌ ପ୍ରସାରିତ କରାଯାଉଛି ବୋଲି ମନ୍ତ୍ରୀ ସଞ୍ଜୟ କୁମାର କହିଛନ୍ତି ।