ଆମେରିକା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଇସ୍ତଫା, ଟ୍ରମ୍ପଙ୍କ ଉପରେ ଆକ୍ରମଣର ୧୦ ଦିନ ପରେ ନେଲେ ନିଷ୍ପତ୍ତି
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ଠିକ ୧୦ ଦିନ ପରେ ଇସ୍ତଫା ଦେଇଛନ୍ତି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ। ଆମେରିକାର ସିକ୍ରେଟ୍ ସର୍ଭିସ ଡାଇରେକ୍ଟର କିମ୍ବର୍ଲି ଚିଟଲେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ଆମେରିକାର ଗୁଇନ୍ଦା ବିଭାଗ ଉପରକୁ ପ୍ରଶ୍ନ ଉଠିଥିଲା।ଜୁଲାଇ ୧୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଜଣେ ସଶସ୍ତ୍ର ବ୍ୟକ୍ତି ଛାତ ଉପରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆମେରିକାର ଗୁଇନ୍ଦା ଏହି ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲା। ଏଥିପାଇଁ ବିରୋଧୀମାନେ ଗୁଇନ୍ଦା ବିଭାଗକୁ କ୍ରମାଗତ ଟାର୍ଗେଟ୍ କରିଆସୁଥିଲେ। ସବୁଠୁ ବଡ଼ କଥା ହେଲା ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ତାଙ୍କ ରାଲିଠାରୁ ମାତ୍ର ୧୪୦ ମିଟର ଦୂରରେ ଥିବା ଏକ କୋଠାର ଛାତ ଉପରେ ଥିଲେ। ତଥାପି ଏହି ଆକ୍ରମଣରେ ବୁଲେଟ୍ ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ଛୁଇଁଥିଲା ଏବଂ ରାଲିରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ 20 ବର୍ଷ ବୟସ୍କା ଥୋମାସ୍ କ୍ରୁକ୍ସ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ଠିକ ୧୦ ଦିନ ପରେ ଇସ୍ତଫା ଦେଇଛନ୍ତି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ। ଆମେରିକାର ସିକ୍ରେଟ୍ ସର୍ଭିସ ଡାଇରେକ୍ଟର କିମ୍ବର୍ଲି ଚିଟଲେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ଆମେରିକାର ଗୁଇନ୍ଦା ବିଭାଗ ଉପରକୁ ପ୍ରଶ୍ନ ଉଠିଥିଲା।
ଜୁଲାଇ ୧୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଜଣେ ସଶସ୍ତ୍ର ବ୍ୟକ୍ତି ଛାତ ଉପରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆମେରିକାର ଗୁଇନ୍ଦା ଏହି ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲା। ଏଥିପାଇଁ ବିରୋଧୀମାନେ ଗୁଇନ୍ଦା ବିଭାଗକୁ କ୍ରମାଗତ ଟାର୍ଗେଟ୍ କରିଆସୁଥିଲେ।
ସବୁଠୁ ବଡ଼ କଥା ହେଲା ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ତାଙ୍କ ରାଲିଠାରୁ ମାତ୍ର ୧୪୦ ମିଟର ଦୂରରେ ଥିବା ଏକ କୋଠାର ଛାତ ଉପରେ ଥିଲେ। ତଥାପି ଏହି ଆକ୍ରମଣରେ ବୁଲେଟ୍ ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ଛୁଇଁଥିଲା ଏବଂ ରାଲିରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ 20 ବର୍ଷ ବୟସ୍କା ଥୋମାସ୍ କ୍ରୁକ୍ସ ବୋଲି ଜଣାପଡିଛି।