DMKକୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଚପଲ ପିନ୍ଧିବି ନାହିଁ, ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା

ଚେନ୍ନାଇ: ଯେ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ତାଙ୍କ ପାର୍ଟିକୁ କ୍ଷମତାରୁ ବାହାର ନ କରିଛି ସେ ପର୍ଯ୍ୟନ୍ତ ଜୋତା-ଚପଲ ପିନ୍ଧିବି ନାହିଁ। ଏମିତି ଘୋଷଣା କରିଛନ୍ତି ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ। ଗୁରୁବାର କୋଏମ୍ବାଟୁରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ଗହଣରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ ନିଜର ଜୋତା ଖୋଲି ହାତରେ ଧରିଥିଲେ। ବିଜେପିର ଏହି ନେତା କହିଛନ୍ତି, ଆସନ୍ତାକାଲିଠୁ ସେ ଆନ୍ନା ୟୁନିଭର୍ସିଟିର ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।ଆନ୍ନାମଲାଇ କହିଛନ୍ତି, ଆସନ୍ତାକାଲିଠୁ ମୁଁ ନିଜ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିବି ଏବଂ ନିଜକୁ ଛଅ ଥର ପିଟିବି। କାଲିଠୁ ୪୮ ଦିନ ପର୍ଯ୍ୟନ୍ତ ଉପବାସ କରିବି ଓ ଛଅ ବାହୁ ବିଶିଷ୍ଟ ମୁରୁଗନଙ୍କୁ ଅପିଲ୍ କରିବି। ଏହା ସହିତ ବିଜେପିର ପ୍ରତିଟି ସଦସ୍ୟ ନିଜ ଘର ସାମ୍ନାରେ  ବିରୋଧ ପ୍ରଦର୍ଶନ କରିବେ। ଯେ ପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ନ ବାହାରିଛି ସେ ପର୍ଯ୍ୟନ୍ତ ଚପଲ-ଜୋତା  ପିନ୍ଧିବି ନାହିଁ। ଏହି ଦଳର ଏବେ ଅନ୍ତ ଘଟିବା ଉଚିତ୍। ଅଧିକ ପଢନ୍ତୁ- କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚିତ୍ର, ବିଜେପି କହିଲା-ନୂଆ ମୁସଲିମ୍ ଲିଗ୍...ସେ ଏହା ମଧ୍ୟ କହିଛନ୍ତି ଡିଏମକେ ଉତ୍ତର-ଦକ୍ଷିଣ ରାଜନୀତି କରି  ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟା

DMKକୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଚପଲ ପିନ୍ଧିବି ନାହିଁ, ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା

ଚେନ୍ନାଇ: ଯେ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ତାଙ୍କ ପାର୍ଟିକୁ କ୍ଷମତାରୁ ବାହାର ନ କରିଛି ସେ ପର୍ଯ୍ୟନ୍ତ ଜୋତା-ଚପଲ ପିନ୍ଧିବି ନାହିଁ। ଏମିତି ଘୋଷଣା କରିଛନ୍ତି ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ। ଗୁରୁବାର କୋଏମ୍ବାଟୁରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ଗହଣରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ ନିଜର ଜୋତା ଖୋଲି ହାତରେ ଧରିଥିଲେ। ବିଜେପିର ଏହି ନେତା କହିଛନ୍ତି, ଆସନ୍ତାକାଲିଠୁ ସେ ଆନ୍ନା ୟୁନିଭର୍ସିଟିର ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।

ଆନ୍ନାମଲାଇ କହିଛନ୍ତି, ଆସନ୍ତାକାଲିଠୁ ମୁଁ ନିଜ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିବି ଏବଂ ନିଜକୁ ଛଅ ଥର ପିଟିବି। କାଲିଠୁ ୪୮ ଦିନ ପର୍ଯ୍ୟନ୍ତ ଉପବାସ କରିବି ଓ ଛଅ ବାହୁ ବିଶିଷ୍ଟ ମୁରୁଗନଙ୍କୁ ଅପିଲ୍ କରିବି। ଏହା ସହିତ ବିଜେପିର ପ୍ରତିଟି ସଦସ୍ୟ ନିଜ ଘର ସାମ୍ନାରେ  ବିରୋଧ ପ୍ରଦର୍ଶନ କରିବେ। ଯେ ପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ନ ବାହାରିଛି ସେ ପର୍ଯ୍ୟନ୍ତ ଚପଲ-ଜୋତା  ପିନ୍ଧିବି ନାହିଁ। ଏହି ଦଳର ଏବେ ଅନ୍ତ ଘଟିବା ଉଚିତ୍। 

ଅଧିକ ପଢନ୍ତୁ- କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚିତ୍ର, ବିଜେପି କହିଲା-ନୂଆ ମୁସଲିମ୍ ଲିଗ୍...

ସେ ଏହା ମଧ୍ୟ କହିଛନ୍ତି ଡିଏମକେ ଉତ୍ତର-ଦକ୍ଷିଣ ରାଜନୀତି କରି  ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛି। ମୁଁ ଏମିତି ରାଜନୀତି ଉପରେ ଛେପ ପକାଇବାକୁ ଚାହେଁ, ଯେଉଁ ଲୋକେ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ବାଣ୍ଟିବା କାମ କରନ୍ତି। ଆନ୍ନାମଲାଇଙ୍କ ଏମିତି ବୟାନ ଓ ବିରୋଧ  ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏବେ ଦେଖିବାକୁ ବାକି ରହିଲା ଡିଏମକେ ସରକାର ଓ ପୋଲିସ ପ୍ରଶାସନ ଏହା ଉପରେ କଣ ଆଭିମୁଖ୍ୟ ଆପଣଉଛନ୍ତି। 




ସୂଚନାଯୋଗ୍ୟ, ଚେନ୍ନାଇ ସ୍ଥିତ ଆନ୍ନା ବିଶ୍ଵ ବିଦ୍ୟାଳୟ ପରିସରରେ ଜଣେ ଛାତ୍ରୀଙ୍କୁ  ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣା ଡିସେମ୍ବର ୨୩ରେ ଘଟିଥିବା କୁହାଯାଉଛି। ଏହି ଘଟଣା ତେବେ ଘଟିଲା ଯେତେବେଳେ ଛାତ୍ରୀଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଥିଲେ। ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣା ଏବେ ରାଜ୍ୟରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।