‘Don 3’ ପାଇଁ କିଆରା ନେଇଛନ୍ତି ସବୁଠୁ ଅଧିକ ଫି’, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୦୬।୦୩: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟ ସହିତ ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତନ୍ତି । କିଆରା ଗୋଟିଏ ପରେ ଗୋଟିଏ ବଡ ଚଳଚ୍ଚିତ୍ର କରୁଥିବା ଦେଖିବାକୁ ମିଳୁଛି । ଏବେ ଖୁବ୍‌ ଶୀଘ୍ର ପରଦାରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ନିକଟରେ ଘୋଷଣା କରାଯାଇଛି ଯେ କିଆରା ଆଡଭାନୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡନ୍-୩' ରେ ଏଣ୍ଟ୍ରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ରଣବୀର ସିଂ ନଜର ଆସିବେ। ଏହା ପ୍ରଥମ ଥର ହେବ ଯେତେବେଳେ କିଆରା ଏବଂ ରଣବୀର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ। wp:html View this post on Instagram A post shared by Excel Entertainment (@excelmovies) /wp:html 'ଡନ୍ ୩' 'ପାଇଁ କିଆରା କେତେ ଚାର୍ଜ କରିଛନ୍ତି ? କହିବାକୁ ଗଲେ, 'ଡନ୍ ୩' 'ର ଲେଖକ ହେଉଛନ୍ତି ଫରହାନ୍ ଅଖତର । ସେ ମଧ୍ୟ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏଥର ଏହା 'ଡନ୍- ୩' 'ବିଷୟରେ ଏବଂ ପ୍ରଶଂସକମାନେ ଏଥିରୁ ବହୁତ କିଛି ଆଶା କରିଛନ୍ତି । ଏହି ଚଳଚ୍ଚିତ୍ର ଅଭିନେତ୍ରୀଙ୍କ କ୍ୟାରିଅର ଶୀର୍ଷକୁ ନେଇପାରେ । କିନ୍ତୁ ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ରର ଅଂଶ ହେବା ପାଇଁ କିଆରା ନିର୍ମାତାମାନଙ୍କଠାରୁ କେତେ ଫି ଆଦାୟ କରିଛନ୍ତି। ଶୁଣିବାକୁ ମିଳୁଛି ଯେ ସେ ଏହି ଚଳଚ୍ଚିତ୍ର ପାଇଁ

‘Don 3’ ପାଇଁ କିଆରା ନେଇଛନ୍ତି ସବୁଠୁ ଅଧିକ ଫି’, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୦୬।୦୩: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟ ସହିତ ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତନ୍ତି । କିଆରା ଗୋଟିଏ ପରେ ଗୋଟିଏ ବଡ ଚଳଚ୍ଚିତ୍ର କରୁଥିବା ଦେଖିବାକୁ ମିଳୁଛି । ଏବେ ଖୁବ୍‌ ଶୀଘ୍ର ପରଦାରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ନିକଟରେ ଘୋଷଣା କରାଯାଇଛି ଯେ କିଆରା ଆଡଭାନୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡନ୍-୩' ରେ ଏଣ୍ଟ୍ରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ରଣବୀର ସିଂ ନଜର ଆସିବେ। ଏହା ପ୍ରଥମ ଥର ହେବ ଯେତେବେଳେ କିଆରା ଏବଂ ରଣବୀର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ।

wp:html
/wp:html

'ଡନ୍ ୩' 'ପାଇଁ କିଆରା କେତେ ଚାର୍ଜ କରିଛନ୍ତି ?

କହିବାକୁ ଗଲେ, 'ଡନ୍ ୩' 'ର ଲେଖକ ହେଉଛନ୍ତି ଫରହାନ୍ ଅଖତର । ସେ ମଧ୍ୟ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏଥର ଏହା 'ଡନ୍- ୩' 'ବିଷୟରେ ଏବଂ ପ୍ରଶଂସକମାନେ ଏଥିରୁ ବହୁତ କିଛି ଆଶା କରିଛନ୍ତି । ଏହି ଚଳଚ୍ଚିତ୍ର ଅଭିନେତ୍ରୀଙ୍କ କ୍ୟାରିଅର ଶୀର୍ଷକୁ ନେଇପାରେ । କିନ୍ତୁ ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ରର ଅଂଶ ହେବା ପାଇଁ କିଆରା ନିର୍ମାତାମାନଙ୍କଠାରୁ କେତେ ଫି ଆଦାୟ କରିଛନ୍ତି। ଶୁଣିବାକୁ ମିଳୁଛି ଯେ ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ କ୍ୟାରିୟରର ସର୍ବାଧିକ ଫି ଆଦାୟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ କିଆରା ୧୩ କୋଟି ଟଙ୍କା ନେଇଛନ୍ତି । ୧୩ କୋଟି ବାସ୍ତବରେ ଏକ ବଡ ପରିମାଣ ଏବଂ ସେ ପ୍ରଥମ ଥର ପାଇଁ ଏକ ଫିଲ୍ମ ପାଇଁ ଏତେ ଟଙ୍କା ପାଇବାକୁ ଯାଉଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ଏହି ଫି’ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ 'ଡନ୍ ୩'ରେ ଅଭିନୟ ପାଇଁ କିଆରା ୧୩ କୋଟି ଟଙ୍କା ନେଇଥିବା ଖବର ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ପ୍ରମାଣିତ ହୋଇନାହିଁ। ନା ଅଭିନେତ୍ରୀ କିମ୍ବା ନିର୍ମାତାମାନେ ଏହି ଖବର ଉପରେ ମୁହଁ ଖୋଲିଛନ୍ତି । wp:embed {"url":"https://www.prameyanews7.com/alia-bhatts-entry-in-yrfs-spy-universe/","type":"wp-embed","providerNameSlug":"prameya-news-7"}

https://www.prameyanews7.com/alia-bhatts-entry-in-yrfs-spy-universe/
/wp:embed