DRDOରେ ଚାକିରି ସୁଯୋଗ, ଚାଲିଛି ଆବେଦନ ପ୍ରକ୍ରିୟା
ବିଜ୍ଞପ୍ତି ଜାରି ହେବାର 15 ଦିନ ମଧ୍ୟରେ ଆବେଦନ କରିବା ଜରୁରୀ। କେତୋଟି ପଦବୀ ଖାଲି ପଡିଛି ଏବଂ କିପରି ଆବେଦନ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...
ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋ-ଏନର୍ଜି ରିସର୍ଚ୍ଚ (DIBER), ହଳଦୱାନି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି DRDO। ଉଭୟ ହଳଦିୱାନି ଏବଂ ପିଥୋରାଗଡରେ ଥିବା DIBER ଫିଲ୍ଡ ଷ୍ଟେସନରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ପୋର୍ଟାଲ୍ apprenticeshipindia.gov.in ମାଧ୍ୟମରେ ଆବେଦନ ଦାଖଲ କରିପାରିବେ।
ଡିସେମ୍ବର 16 ତାରିଖରେ ଏଥିପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ବିଜ୍ଞପ୍ତି ଜାରି ହେବାର 15 ଦିନ ମଧ୍ୟରେ ଆବେଦନ କରିବା ଜରୁରୀ। କେତୋଟି ପଦବୀ ଖାଲି ପଡିଛି ଏବଂ କିପରି ଆବେଦନ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...
DRDO ନିଯୁକ୍ତି ବିବରଣୀ
ମୋଟ 32ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଆବେଦନକାରୀମାନେ ITI ପାସ୍ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଅଫିସିଆଲ୍ ୱେବସାଇଟ୍ apprenticeshipindia.gov.in ଭିଜିଟ୍ କରନ୍ତୁ
ଏହାପରେ ଆକାଉଣ୍ଟକୁ ଲଗ୍ ଇନ୍ କରି ଆବଶ୍ୟକୀୟ ଫର୍ମ ପୂରଣ କରନ୍ତୁ
ରେକର୍ଡ ଏବଂ ଭବିଷ୍ୟତ ରେଫରେନ୍ସ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ରଖନ୍ତୁ