ECIଙ୍କୁ ୩ ପୃଷ୍ଠାର ପତ୍ର ଲେଖିଛି କଂଗ୍ରେସ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୧।୧୧: ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଦେଇଥିବା ଜବାବ ପାର୍ଟିକୁ ଅସନ୍ତୁଷ୍ଟ କରିଛି। କଂଗ୍ରେସ କହିଛି ଯେ ନିର୍ବାଚନ ଆୟୋଗ ହରିୟାଣା ନିର୍ବାଚନ ସମ୍ପର୍କିତ ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେବା ବଦଳେ ବୁଲେଇ ବଙ୍କେଇ ଉତ୍ତର ଦେଇଛନ୍ତି। ଏଥିରେ ନିର୍ବାଚନ ଆୟୋଗ ଅହଂକାରରେ ବୁଡି ରହିଥିବା କଂଗ୍ରେସ କହିଛି ଓ ୩ ପୃଷ୍ଠାର ଏକ ପତ୍ର ଲେଖିଛି। ଏ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ତାଙ୍କ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ଜୟରାମ ରମେଶ ଉଲ୍ଲେଖ କରିଛନ୍ତି ଯେ ହରିୟାଣା ନିର୍ବାଚନରେ ବିଧାନସଭା ନିର୍ବାଚନମଣ୍ଡଳିରେ ସୃଷ୍ଟି ହୋଇଥିବା ପ୍ରସଙ୍ଗ ଉପରେ ୯ ଅକ୍ଟୋବର ୨୦୨୪ରେ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ପ୍ରତିନିଧି ମଣ୍ଡଳଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଉପରେ ଆପଣଙ୍କ ୨୯ ଅକ୍ଟୋବର ୨୦୨୪ର ପତ୍ର ମିଳିଛି। ଆମେ ଆମର ଅଭିଯୋଗ ଉପରେ ଆପଣଙ୍କ ପ୍ରତିକ୍ରିୟାକୁ ଧ୍ୟାନପୂର୍ବକ  ଅଧ୍ୟୟନ କରିଛୁ।  ଯେଉଁଥିରେ ଆପଣ ନିଜକୁ କ୍ଲିନ ଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି। ତେବେ ଏଥିରେ ଇସିଆଇଙ୍କ ପ୍ରତିକ୍ରିୟାର ଭାବ ଓ ବ୍ୟବହାର କରାଯାଇଥିବା ଭାଷା ତଥା କଂଗ୍ରେସ ବିରୋଧରେ ଲଗାଯାଇଥିବା ଆରୋପ ଯୋଗୁ ଆମେ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଉଛୁ। The ECI gave a non-reply to @INCIndia's specific complaints in 20 Vidhan Sabha constitue

ECIଙ୍କୁ ୩ ପୃଷ୍ଠାର ପତ୍ର ଲେଖିଛି କଂଗ୍ରେସ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୧।୧୧: ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଦେଇଥିବା ଜବାବ ପାର୍ଟିକୁ ଅସନ୍ତୁଷ୍ଟ କରିଛି। କଂଗ୍ରେସ କହିଛି ଯେ ନିର୍ବାଚନ ଆୟୋଗ ହରିୟାଣା ନିର୍ବାଚନ ସମ୍ପର୍କିତ ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେବା ବଦଳେ ବୁଲେଇ ବଙ୍କେଇ ଉତ୍ତର ଦେଇଛନ୍ତି। ଏଥିରେ ନିର୍ବାଚନ ଆୟୋଗ ଅହଂକାରରେ ବୁଡି ରହିଥିବା କଂଗ୍ରେସ କହିଛି ଓ ୩ ପୃଷ୍ଠାର ଏକ ପତ୍ର ଲେଖିଛି। ଏ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ତାଙ୍କ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। 

ଏଥିରେ ଜୟରାମ ରମେଶ ଉଲ୍ଲେଖ କରିଛନ୍ତି ଯେ ହରିୟାଣା ନିର୍ବାଚନରେ ବିଧାନସଭା ନିର୍ବାଚନମଣ୍ଡଳିରେ ସୃଷ୍ଟି ହୋଇଥିବା ପ୍ରସଙ୍ଗ ଉପରେ ୯ ଅକ୍ଟୋବର ୨୦୨୪ରେ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ପ୍ରତିନିଧି ମଣ୍ଡଳଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଉପରେ ଆପଣଙ୍କ ୨୯ ଅକ୍ଟୋବର ୨୦୨୪ର ପତ୍ର ମିଳିଛି। ଆମେ ଆମର ଅଭିଯୋଗ ଉପରେ ଆପଣଙ୍କ ପ୍ରତିକ୍ରିୟାକୁ ଧ୍ୟାନପୂର୍ବକ  ଅଧ୍ୟୟନ କରିଛୁ।  ଯେଉଁଥିରେ ଆପଣ ନିଜକୁ କ୍ଲିନ ଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି। ତେବେ ଏଥିରେ ଇସିଆଇଙ୍କ ପ୍ରତିକ୍ରିୟାର ଭାବ ଓ ବ୍ୟବହାର କରାଯାଇଥିବା ଭାଷା ତଥା କଂଗ୍ରେସ ବିରୋଧରେ ଲଗାଯାଇଥିବା ଆରୋପ ଯୋଗୁ ଆମେ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଉଛୁ। 


ସେ  କହିଛନ୍ତି ଯେ ଯଦି ଆୟୋଗ ଆମର ଶୁଣାଣିକୁ ଅସ୍ୱୀକାର କରୁଛନ୍ତି ତଥା କିଛି ପ୍ରସଙ୍ଗରେ ଅଭିଯୋଗରେ ସାମିଲ ହେବାକୁ ଚାହୁଁ ନାହାନ୍ତି ତେବେ ଆଇନ ନିର୍ବାଚନ ଆୟୋଗଙ୍କୁ ଏହି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରିବା ପାଇଁ ଉଚ୍ଚନ୍ୟାୟାଳୟଙ୍କ ସାହାରା ନେବାକୁ ଅନୁମତି ଦେଉଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଆମେ ଏହି କଥା ଉପରେ ଆଲୋକପାତ କରିବୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଶତାଧିକ ଅଭିଯୋଗରୁ ଇସିଆଇଙ୍କ କାର୍ଯ୍ୟାନୁଷ୍ଠାନ ଶୁନ୍ୟ। 


ଜୟରାମ ରମେଶ କହିଛନ୍ତି ଯେ ଆମେ ଏହା  କହିବାକୁ ଚାହୁଁଛୁ ଇସିଆଇ ଭିଭିପାଟ୍ ସତ୍ୟାପନ ସଂଖ୍ୟାରେ ପାରଦର୍ଶିତା ନିମନ୍ତେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏଥି ପାଇଁ ସୁପ୍ରିମକୋର୍ଟଙ୍କୁ ଆଦେଶ ଦେବାକୁ ପଡିଥିଲା। ଆମେ ଇସିଆଇଙ୍କୁ ଉପରୋକ୍ତ ତଥ୍ୟର ଯାଞ୍ଚ ପାଇଁ ଆହ୍ୱାନ କରୁଛୁ, କାରଣ ଏଥିରୁ ଲାଗୁଛି କଂଗ୍ରେସର ଆଶଙ୍କା କାଳ୍ପନିକ କଥା ଉପରେ ଆଧାରିତ।