Effects of Diabetes: ମଧୁମେହର ସାଂଘାତିକ ପରିଣାମ...ସ୍ମୃତିଶକ୍ତି ଚୋରାଇ ନେଉଛି ଏହି ଭୟଙ୍କର ରୋଗ
ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ମଧୁମେହ ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଅତିକ୍ରମ କରିସାରିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମଧୁମେହ ଏପରି ଏକ ଅବସ୍ଥା ଯେଉଁଥିରେ ଶରୀର, ଇନସୁଲିନକୁ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ ।