ESAର ପ୍ରୋବା-୩ର ଲଞ୍ଚ କଲା ISRO, କରିବ ସୂର୍ଯ୍ୟଙ୍କ ଅଧ୍ୟୟନ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ (ISRO)କୁ ଆଉ ଏକ ସଫଳତା । PROBA-3 ମିଶନକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ । ଗୁରୁବାର ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେଶ ଷ୍ଟେସନରୁ ଅପରାହ୍ନ ୪ଟା ୪ ମିନିଟରେ ଲଞ୍ଚ ହୋଇଛି ଏହି ମିଶନ। ପ୍ରୋବା- ୩ ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ESAର ସୋଲାର ମିଶନ ବା ସୌର ମିଶନ। ଯାହା ସୂର୍ଯ୍ୟଙ୍କ ରହସ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ। ପୂର୍ବରୁ ଏହି ସିରିଜର ପ୍ରଥମ ସୋଲାର ମିଶନ ୨୦୦୧ରେ ISRO ହିଁ ଲଞ୍ଚ କରିଥିଲା।ପ୍ରୋବା-୩ ମିଶନକୁ PSLV-C59 ରକେଟ୍ ଯୋଗେ ସଫଳତାର ସହ ଲଞ୍ଚ କରାଯାଇଥିବାବେଳେ ଏହା ନିଜ ସହ ଦୁଇଟି ଉପଗ୍ରହ ମଧ୍ୟ ନେଇଛି, ଯାହା ସୂର୍ଯ୍ୟଙ୍କ କରୋନାର ଅଧ୍ୟୟନ କରିବ। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତ ଯାନ୍ତ୍ରିକ ତ୍ରୁଟି କାରଣରୁ ଲଞ୍ଚିଂକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏମିତିରେ ଏହା ଗୁରୁବାର ଲଞ୍ଚ କରାଯାଇଛି।ପ୍ରୋବା-୩ ମିଶନରେ ୟୁରୋପୀୟ ସ୍ପେଶ ଏଜେନ୍ସୀ ଏହାର ଦୁଇଟି ସାଟେଲାଇଟ ପଠାଇଛି, ଯାହାକୁ ଇଟାଲୀ, ସ୍ପେନ, ବେଲଜିୟନ, ସ୍ବିଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶର ସହଭାଗିତାରେ ତିଆରି କରାଯାଇଛି। ଏହି ଦୁଇ ସାଟେଲାଇଟ ପୃଥିବୀ କକ୍ଷରେ ଅବସ୍ଥାପିତ ହେବା ପରେ ପରସ୍ପର ସହ ଯୋଗାଯୋଗ ରଖି କାମ କରିବେ ଏବଂ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ (ISRO)କୁ ଆଉ ଏକ ସଫଳତା । PROBA-3 ମିଶନକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ । ଗୁରୁବାର ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେଶ ଷ୍ଟେସନରୁ ଅପରାହ୍ନ ୪ଟା ୪ ମିନିଟରେ ଲଞ୍ଚ ହୋଇଛି ଏହି ମିଶନ। ପ୍ରୋବା- ୩ ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ESAର ସୋଲାର ମିଶନ ବା ସୌର ମିଶନ। ଯାହା ସୂର୍ଯ୍ୟଙ୍କ ରହସ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ। ପୂର୍ବରୁ ଏହି ସିରିଜର ପ୍ରଥମ ସୋଲାର ମିଶନ ୨୦୦୧ରେ ISRO ହିଁ ଲଞ୍ଚ କରିଥିଲା।
ପ୍ରୋବା-୩ ମିଶନକୁ PSLV-C59 ରକେଟ୍ ଯୋଗେ ସଫଳତାର ସହ ଲଞ୍ଚ କରାଯାଇଥିବାବେଳେ ଏହା ନିଜ ସହ ଦୁଇଟି ଉପଗ୍ରହ ମଧ୍ୟ ନେଇଛି, ଯାହା ସୂର୍ଯ୍ୟଙ୍କ କରୋନାର ଅଧ୍ୟୟନ କରିବ। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତ ଯାନ୍ତ୍ରିକ ତ୍ରୁଟି କାରଣରୁ ଲଞ୍ଚିଂକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏମିତିରେ ଏହା ଗୁରୁବାର ଲଞ୍ଚ କରାଯାଇଛି।
ପ୍ରୋବା-୩ ମିଶନରେ ୟୁରୋପୀୟ ସ୍ପେଶ ଏଜେନ୍ସୀ ଏହାର ଦୁଇଟି ସାଟେଲାଇଟ ପଠାଇଛି, ଯାହାକୁ ଇଟାଲୀ, ସ୍ପେନ, ବେଲଜିୟନ, ସ୍ବିଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶର ସହଭାଗିତାରେ ତିଆରି କରାଯାଇଛି। ଏହି ଦୁଇ ସାଟେଲାଇଟ ପୃଥିବୀ କକ୍ଷରେ ଅବସ୍ଥାପିତ ହେବା ପରେ ପରସ୍ପର ସହ ଯୋଗାଯୋଗ ରଖି କାମ କରିବେ ଏବଂ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ଦିଗରେ କାମ କରିବେ।
ଏହାର ପ୍ରଥମ କାମ ସୂର୍ଯ୍ୟର ବାହ୍ୟ କୋରୋନା ବିଷୟରେ ସୂଚନା ଏକତ୍ର କରିବା। ଏଥିପାଇଁ ଏହି ଦୁଇ ସାଟେଲାଇଟରେ ଅନେକ ପ୍ରକାରର ଉପକରଣ ଖଚିତ ହୋଇଛି । ସେହିଭଳି ପ୍ରୋବା-୩ ସୂର୍ଯ୍ୟର ଆଭ୍ୟନ୍ତରୀଣ ବାୟୁମଣ୍ଡଳର ଫଟୋ ଉଠାଇବ, ସୂର୍ଯ୍ୟଙ୍କ କୋରୋନା, ସୂର୍ଯ୍ୟର ତାପମାତ୍ରା, ସୌର ଝଡ଼ ଆଦି ବିଷୟରେ ମଧ୍ୟ ତଥ୍ୟ ଏକାଠି କରିବ। ମିଶନ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବ।
ତେବେ ମିଶନର ସଫଳତାକୁ ନେଇ ଇସ୍ରୋ ଚିଫ୍ ଏସ ସୋମନାଥ କହିଛନ୍ତି ଲଞ୍ଚିଂ ସଂପୂର୍ଣ୍ଣ ଭାବରେ ସଫଳ ହୋଇଛି। ପିଏସଏଲଭି ରକେଟ ପୁଣି ଥରେ ଇତିହାସ ରଚିଛି। ଏହି ମିଶନରେ କାମ କରୁଥିବା ସବୁ ଟିମ୍କୁ ଧନ୍ୟବାଦ ଏବଂ ଶୁଭକାମନା।