ସବୁବେଳେ କରନ୍ତି ପ୍ରେରିତ

ବଲିଉଡ ଅଭିନେତ୍ରୀ ପତ୍ରଲେଖା ଓ ରାଜକୁମାର ରାଓ ନିଜର ଚାର୍ମିଂ ପର୍ସନାଲିଟି ପାଇଁ ବେଶ ପରିଚିତ । ଉଭୟ ଅନେକ ସମୟରେ ଜଣେ ଅନ୍ୟ ଜଣଙ୍କର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥାଏ । ସେହିଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଜ କୁମାର ରାଓ ନିକଟରେ ରିଲିଜ ହୋଇଥିବା ଆଇସି ୮୧୪ ଦି କନ୍ଧର ହାଇଜାକର କିଛି ସିନ୍‌ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପନିୀ ପତ୍ରଲେଖା ଅଭିନୟ […]

ସବୁବେଳେ କରନ୍ତି ପ୍ରେରିତ
ସବୁବେଳେ କରନ୍ତି ପ୍ରେରିତ

ବଲିଉଡ ଅଭିନେତ୍ରୀ ପତ୍ରଲେଖା ଓ ରାଜକୁମାର ରାଓ ନିଜର ଚାର୍ମିଂ ପର୍ସନାଲିଟି ପାଇଁ ବେଶ ପରିଚିତ । ଉଭୟ ଅନେକ ସମୟରେ ଜଣେ ଅନ୍ୟ ଜଣଙ୍କର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥାଏ । ସେହିଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଜ କୁମାର ରାଓ ନିକଟରେ ରିଲିଜ ହୋଇଥିବା ଆଇସି ୮୧୪ ଦି କନ୍ଧର ହାଇଜାକର କିଛି ସିନ୍‌ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପନିୀ ପତ୍ରଲେଖା ଅଭିନୟ କରିଛନ୍ତି । ଏହି ସିନ୍‌ ସେୟାର କରି ପତ୍ରଲେଖା ଖୁବ ପ୍ରେରଣାଦାୟୀ ଚରିତ୍ର ବୋଲି ରାଜକୁମାର ଉଲ୍ଲେଖ କରିଛନ୍ତି । ଏହି ସିରିଜ୍‌ରେ ପତ୍ରଲେଖାଙ୍କୁ ଜଣେ ଏୟାରହୋଷ୍ଟ ଚରିତ୍ରରେ ଦେଖିବାକୁ ମିଳିଛି । ପତ୍ରଲେଖାଙ୍କ ସହିତ ବିଜୟ ବର୍ମା, ରାଜିବ ଠାକୁର, ପଙ୍କଜ ତ୍ରିପାଠୀ, ରାଜିବ ଠାକୁର ଆଦି ନଜର ଆସିଛନ୍ତି । ପତ୍ରଲେଖା ସବୁବେଳେ ତାଙ୍କୁ ଅଭିନୟ କରିବାକୁ ପ୍ରେରିତ କରିଥାଆନ୍ତି ବୋଲି ରାଜକୁମାର ମତ ଦେଇଛନ୍ତି । ୧୯୯୯ରେ ଘଟିଥିବା ସତ ଘଟଣା ଉପରେ ଏହି କାହାଣୀଟି ପର୍ଯ୍ୟବେସିତ । ପାଞ୍ଚଜଣ ଆତଙ୍କବାଦୀଙ୍କ ଦ୍ୱାରା ସେହି ସମୟରେ ଏହି ହାଇଜାକ ହୋଇଥିଲା ଯାହା କାଠମାଣ୍ଡୁରୁ ଦିଲ୍ଲୀ ଫେରୁଥିଲା ।