କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ

ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ନିଆରା ପଦକ୍ଷେପ ପୁଣି ଥରେ ଯୋଧପୁରରେ ଦେଖିବାକୁ ମିଳିଥିଲା। ଯୋଧପୁରର ଓସିୟାନରେ ଆୟୋଜିତ ଏକ ବିବାହରେ କନ୍ୟା ଘର ଦ୍ୱାରା ବରଙ୍କୁ ଦିଆଯାଇଥିବା ୧ ଲକ୍ଷ ୨୧ ହଜାର ଟଙ୍କା ଫେରସ୍ତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ବର ଏହି ରାଶି ସମାଜର ଶିକ୍ଷା ପାଣ୍ଠିକୁ ଉତ୍ସର୍ଗ କରିଥିଲେ। ଜାପାନରେ ଘୋଡା ଚଢାଇବା କାର୍ଯ୍ୟ କରୁଥିବା ଆମ ସିଂ ରାଠୋଡଙ୍କ ବିବାହ ଭୋଲାସରିଆ ବାସିନ୍ଦା ଜସୱନ୍ତ ସିଂ ପ୍ୟାରୀହରଙ୍କ […] The post କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ appeared first on Dharitri Odia News.

କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ

ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ନିଆରା ପଦକ୍ଷେପ ପୁଣି ଥରେ ଯୋଧପୁରରେ ଦେଖିବାକୁ ମିଳିଥିଲା। ଯୋଧପୁରର ଓସିୟାନରେ ଆୟୋଜିତ ଏକ ବିବାହରେ କନ୍ୟା ଘର ଦ୍ୱାରା ବରଙ୍କୁ ଦିଆଯାଇଥିବା ୧ ଲକ୍ଷ ୨୧ ହଜାର ଟଙ୍କା ଫେରସ୍ତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ବର ଏହି ରାଶି ସମାଜର ଶିକ୍ଷା ପାଣ୍ଠିକୁ ଉତ୍ସର୍ଗ କରିଥିଲେ।

ଜାପାନରେ ଘୋଡା ଚଢାଇବା କାର୍ଯ୍ୟ କରୁଥିବା ଆମ ସିଂ ରାଠୋଡଙ୍କ ବିବାହ ଭୋଲାସରିଆ ବାସିନ୍ଦା ଜସୱନ୍ତ ସିଂ ପ୍ୟାରୀହରଙ୍କ ଝିଅ ମମଲ କାନୱାରଙ୍କ ସହ ହୋଇଥିଲା। କନ୍ୟା ଘର ପକ୍ଷରୁ ୧ ଲକ୍ଷ ୨୧ ହଜାର ଟଙ୍କା ବରଙ୍କ ଦିଆଯାଇଥିଲା। ବର ପକ୍ଷ ମଧ୍ୟ ଏହି ଅର୍ଥକୁ ସମାଜର ଶିକ୍ଷା ପାଣ୍ଠିରେ ଉତ୍ସର୍ଗ କରିଥିଲେ। ବରଙ୍କ ଏମିତି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

The post କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ appeared first on Dharitri Odia News.