Euro Cup 2024 : ଚେକ୍ ଗଣରାଜ୍ୟର ଆଶା ଧୂଳିସାତ୍, ୨-୧ରେ ପର୍ତ୍ତୁଗାଲ୍ ବିଜୟୀ
ନୂଆଦିଲ୍ଲୀ ୧୯।୦୬ : ୟୁରୋ କପ୍ ୨୦୨୪ । ପର୍ତ୍ତୁଗାଲର ବିଜୟ ଅଭିଯାନ। ମାତ୍ର ୭ ମିନିଟ୍ର ବ୍ୟବଧାନ । ଏକ ଜବରଦସ୍ତ ବିଜୟରୁ ବଞ୍ଚିତ ହେଲା ଚେକ୍ ଗଣରାଜ୍ୟ । କିଛି ସମୟ ମଧ୍ୟରେ ଚେକ୍ ଗଣରାଜ୍ୟର ବିଜୟ ସ୍ୱପ୍ନ ଗଲା ମଉଳି। ଷ୍ଟାର୍ ଖେଳାଳି ଭର୍ତ୍ତି ଶକ୍ତିଶାଳୀ ପର୍ତ୍ତୁଗାଲ୍ ବିପକ୍ଷରେ ଅଗ୍ରଣୀ ପରେ ବି ଚେକ୍ ଗଣରାଜ୍ୟ ଉତ୍ସାହକୁ କାବୁ କରିପାରି ନଥିଲା । ଏକ ଛୋଟ ଭୁଲ୍ରୁ ଗୋଲ କରିବସିଲେ ରବିନ ରାନାକ୍ । ସ୍ଥିତି ବରାବର ହେବା ପରେ ଚେକ୍ ଗଣରାଜ୍ୟ ଲୟ ହରାଇ ବସିଥିଲା। ପର୍ତ୍ତୁଗାଲ୍ ଏକ ଅପ୍ରତ୍ୟାଶିତ ପରାଜୟରୁ ବଞ୍ଚିବା ପରେ ସବୁ ଶକ୍ତି ଲଗାଇ ଇନ୍ଜ୍ୟୁରୀ ଟାଇମ୍ରେ ଏକ ଗୋଲ୍ କରି ୨-୧ରେ ବିଜୟୀ ହୋଇଛି। ୟୁରୋ କପ୍ ୨୦୨୪ । ଲିପ୍ଜିଗ୍ରେ ଅନୁଷ୍ଠିତ ଗ୍ରୁପ୍ ଏଫ୍ର ଏହି ମ୍ୟାଚ୍ ପୂର୍ବରୁ ପର୍ତ୍ତୁଗାଲ ବିଜୟୀ ହେବ ବୋଲି ଆଶା କରାଯାଉଥିଲା । ରୋନାଲ୍ଡୋ, ବ୍ରୁନୋ, ପେପେ, ରୁବେନ ଡାୟାସଙ୍କ ଭଳି ବହୁ ଷ୍ଟାର ଖେଳାଳିଙ୍କୁ ନେଇ ଭର୍ତ୍ତି ପର୍ତ୍ତୁଗାଲ୍ ଦଳ ଅସଲରେ ଦକ୍ଷତା ମୁତାବକ ପ୍ରଦର୍ଶନ କରିନଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ଆକ୍ରମଣ କରିଥିଲେ ହେଁ ଚେକ୍ ଗଣରାଜ୍ୟର ଡିଫେନ୍ସ ଲାଇନ୍କୁ ଅତିକ୍ରମ କରିବାରେ ପର୍ତ୍ତୁଗାଲ୍ ହୋଇଥିଲା ବିଫଳ। ମ୍ୟାଚ୍ ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଲଢେଇ ଜବରଦସ୍ତ ହୋଇଥିଲା । ଶେଷରେ ୬୨ ତମ ମିନିଟ୍ରେ ଚେକ୍ ଗଣରାଜ୍ୟ ପକ୍ଷର
ନୂଆଦିଲ୍ଲୀ ୧୯।୦୬ : ୟୁରୋ କପ୍ ୨୦୨୪ । ପର୍ତ୍ତୁଗାଲର ବିଜୟ ଅଭିଯାନ। ମାତ୍ର ୭ ମିନିଟ୍ର ବ୍ୟବଧାନ । ଏକ ଜବରଦସ୍ତ ବିଜୟରୁ ବଞ୍ଚିତ ହେଲା ଚେକ୍ ଗଣରାଜ୍ୟ । କିଛି ସମୟ ମଧ୍ୟରେ ଚେକ୍ ଗଣରାଜ୍ୟର ବିଜୟ ସ୍ୱପ୍ନ ଗଲା ମଉଳି। ଷ୍ଟାର୍ ଖେଳାଳି ଭର୍ତ୍ତି ଶକ୍ତିଶାଳୀ ପର୍ତ୍ତୁଗାଲ୍ ବିପକ୍ଷରେ ଅଗ୍ରଣୀ ପରେ ବି ଚେକ୍ ଗଣରାଜ୍ୟ ଉତ୍ସାହକୁ କାବୁ କରିପାରି ନଥିଲା । ଏକ ଛୋଟ ଭୁଲ୍ରୁ ଗୋଲ କରିବସିଲେ ରବିନ ରାନାକ୍ । ସ୍ଥିତି ବରାବର ହେବା ପରେ ଚେକ୍ ଗଣରାଜ୍ୟ ଲୟ ହରାଇ ବସିଥିଲା। ପର୍ତ୍ତୁଗାଲ୍ ଏକ ଅପ୍ରତ୍ୟାଶିତ ପରାଜୟରୁ ବଞ୍ଚିବା ପରେ ସବୁ ଶକ୍ତି ଲଗାଇ ଇନ୍ଜ୍ୟୁରୀ ଟାଇମ୍ରେ ଏକ ଗୋଲ୍ କରି ୨-୧ରେ ବିଜୟୀ ହୋଇଛି।
ୟୁରୋ କପ୍ ୨୦୨୪ । ଲିପ୍ଜିଗ୍ରେ ଅନୁଷ୍ଠିତ ଗ୍ରୁପ୍ ଏଫ୍ର ଏହି ମ୍ୟାଚ୍ ପୂର୍ବରୁ ପର୍ତ୍ତୁଗାଲ ବିଜୟୀ ହେବ ବୋଲି ଆଶା କରାଯାଉଥିଲା । ରୋନାଲ୍ଡୋ, ବ୍ରୁନୋ, ପେପେ, ରୁବେନ ଡାୟାସଙ୍କ ଭଳି ବହୁ ଷ୍ଟାର ଖେଳାଳିଙ୍କୁ ନେଇ ଭର୍ତ୍ତି ପର୍ତ୍ତୁଗାଲ୍ ଦଳ ଅସଲରେ ଦକ୍ଷତା ମୁତାବକ ପ୍ରଦର୍ଶନ କରିନଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ଆକ୍ରମଣ କରିଥିଲେ ହେଁ ଚେକ୍ ଗଣରାଜ୍ୟର ଡିଫେନ୍ସ ଲାଇନ୍କୁ ଅତିକ୍ରମ କରିବାରେ ପର୍ତ୍ତୁଗାଲ୍ ହୋଇଥିଲା ବିଫଳ। ମ୍ୟାଚ୍ ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଲଢେଇ ଜବରଦସ୍ତ ହୋଇଥିଲା ।
ଶେଷରେ ୬୨ ତମ ମିନିଟ୍ରେ ଚେକ୍ ଗଣରାଜ୍ୟ ପକ୍ଷରୁ ପ୍ରଥମ ଗୋଲ୍ ହୋଇଥିଲା । ଦଳ ପକ୍ଷରୁ ଲୁକାସ ପ୍ରୋଭୋର୍ଡ ଏହି ଗୋଲ୍ କରିଥିଲେ। ମାତ୍ର ୬୯ ତମ ମିନିଟ୍ରେ ପର୍ତ୍ତୁଗାଲର ଭିଟିହ୍ନାଙ୍କୁ ଅଟକାଇବାକୁ ଯାଇ ରବିନ ରାନାକ ନିୟନ୍ତ୍ରଣ ହରାଇଥିଲେ ଏବଂ ବଲ୍ଟି ନିଜ ଗୋଲ ପୋଷ୍ଟକୁ ଚାଲିଯାଇଥିଲା । ସ୍ଥିତି ବରାବର ହେବା ପରେ ପର୍ତ୍ତୁଗାଲ୍ ମନୋବଳ ଫେରିପାଇଥିଲା । ଚେକ୍ ଗଣରାଜ୍ୟ କଡ଼ା ଟକ୍କର ଦେଇଥିଲେ ହେଁ ଆଉ ଗୋଲ୍ କରିପାରିନଥିଲା । ୯୦ତମ ମିନିଟ୍ରେ ବଦଳ ଖେଳାଳି ଭାବେ ଓହ୍ଲାଇଥିବା ଫ୍ରାନ୍ସିସ୍କୋ କନ୍ସେସିଓ ୯୦+ ୨ତମ ମିନିଟ୍ରେ ଗୋଲ୍ କରି ପର୍ତ୍ତୁଗାଲ୍କୁ ବିଜୟୀ କରାଇଥିଲେ ।