EXIT POLL 2024: ଦିଲ୍ଲୀର ସମସ୍ତ ଏକଜିଟ୍ ପୋଲ୍, ବିଜେପିର ଦବ୍‌ଦବା ନା ଆପ୍-କଂଗ୍ରେସକୁ ଆଶା

ନୂଆଦିଲ୍ଲୀ: ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶନିବାର ଶେଷ ହୋଇଛି । ୫୪୩ ଲୋକସଭା ଆସନର ପରିଣାମ ଇଭିଏମରେ ବନ୍ଦ ହୋଇଛି । ଏବେ ଲୋକଙ୍କ ଅପେକ୍ଷା ଜୁନ୍ ୪ରେ ଦେଶରେ କିଏ ଗଢିବ ସରକାର । ଏହା ପୂର୍ବରୁ ବୁଥବାହୁଡ଼ା ମତରେ ବିଜେପିର ଲହର ଦେଖିବାକୁ ମିଳୁଛି ।ଦିଲ୍ଲୀରେ ଆପ୍ ଏବଂ କଂଗ୍ରେସ ଯୋଡ଼ିକୁ ବଡ଼ ଝଟକା ଲାଗିପାରେ । ବିଜେପି ପୁଣି ଥରେ ସାତ ଆସନରେ କ୍ଲିନ୍ ସୁଇପ୍ କରିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁସାରେ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୬ରୁ ୭ ଆସନ ମିଳିବାର ଅନୁମାନ ରହିଛି । ଅନ୍ୟପଟେ ଇଣ୍ଡି ମେଣ୍ଟକୁ ୦-୧ ସିଟ୍ ମିଳିପାରେ । ନ୍ୟୁଜ୍ ୧୮ର ଏକଜିଟ୍ ପୋଲରେ ୫ରୁ ୭ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୦-୨ ଆସନ ମିଳିପାରେ ।Also Read: EXIT POLL 2024: ପଶ୍ଚିମବଙ୍ଗରେ ବିଜେପିକୁ ମିଳିପାରେ ସବୁଠୁ ଅଧିକ ଆସନ, ଟିଏମସି-କଂଗ୍ରେସ ନିରାଶଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ ବିଜେପିକୁ ୭-୦ କରିବାକୁ ଦେଇନପାରନ୍ତି । ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୬-୭ ଆସନ ମିଳିପାରେ । କଂଗ୍ରେସକୁ ୦-୧ ଯାଇପାରେ । ତେବେ ଟିଭି-୯ ଭାରତବର୍ଷର ଏକଜିଟ୍ ପୋଲରେ ବିଜେପିକୁ ସମସ୍ତ ୭ ଆସନ ମିଳୁଥିବା ଅନୁମାନ କରାଯାଉଛି । ସେହିପରି ଟୁଡେଜ୍ ଚାଣକ୍ୟାର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ଏଥର କ୍ଲିନ୍ ସୁଇପ୍ କରିନପାରେ । ବିଜ

EXIT POLL 2024: ଦିଲ୍ଲୀର ସମସ୍ତ ଏକଜିଟ୍ ପୋଲ୍, ବିଜେପିର ଦବ୍‌ଦବା ନା ଆପ୍-କଂଗ୍ରେସକୁ ଆଶା

ନୂଆଦିଲ୍ଲୀ: ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶନିବାର ଶେଷ ହୋଇଛି । ୫୪୩ ଲୋକସଭା ଆସନର ପରିଣାମ ଇଭିଏମରେ ବନ୍ଦ ହୋଇଛି । ଏବେ ଲୋକଙ୍କ ଅପେକ୍ଷା ଜୁନ୍ ୪ରେ ଦେଶରେ କିଏ ଗଢିବ ସରକାର । ଏହା ପୂର୍ବରୁ ବୁଥବାହୁଡ଼ା ମତରେ ବିଜେପିର ଲହର ଦେଖିବାକୁ ମିଳୁଛି ।

ଦିଲ୍ଲୀରେ ଆପ୍ ଏବଂ କଂଗ୍ରେସ ଯୋଡ଼ିକୁ ବଡ଼ ଝଟକା ଲାଗିପାରେ । ବିଜେପି ପୁଣି ଥରେ ସାତ ଆସନରେ କ୍ଲିନ୍ ସୁଇପ୍ କରିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁସାରେ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୬ରୁ ୭ ଆସନ ମିଳିବାର ଅନୁମାନ ରହିଛି । ଅନ୍ୟପଟେ ଇଣ୍ଡି ମେଣ୍ଟକୁ ୦-୧ ସିଟ୍ ମିଳିପାରେ । ନ୍ୟୁଜ୍ ୧୮ର ଏକଜିଟ୍ ପୋଲରେ ୫ରୁ ୭ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୦-୨ ଆସନ ମିଳିପାରେ ।

Also Read: EXIT POLL 2024: ପଶ୍ଚିମବଙ୍ଗରେ ବିଜେପିକୁ ମିଳିପାରେ ସବୁଠୁ ଅଧିକ ଆସନ, ଟିଏମସି-କଂଗ୍ରେସ ନିରାଶ

ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ ବିଜେପିକୁ ୭-୦ କରିବାକୁ ଦେଇନପାରନ୍ତି । ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୬-୭ ଆସନ ମିଳିପାରେ । କଂଗ୍ରେସକୁ ୦-୧ ଯାଇପାରେ । ତେବେ ଟିଭି-୯ ଭାରତବର୍ଷର ଏକଜିଟ୍ ପୋଲରେ ବିଜେପିକୁ ସମସ୍ତ ୭ ଆସନ ମିଳୁଥିବା ଅନୁମାନ କରାଯାଉଛି । ସେହିପରି ଟୁଡେଜ୍ ଚାଣକ୍ୟାର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ଏଥର କ୍ଲିନ୍ ସୁଇପ୍ କରିନପାରେ । ବିଜେପି ୫ ଆସନ ଯାଉଥିବା ବେଳେ ଇଣ୍ଡି ମେଣ୍ଟକୁ ଦୁଇ ଯାଇପାରେ ବୋଲି କୁହାଯାଇଛି ।