Extradition of 26/11 Mastermind: ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ରାଣାକୁ ଭାରତ ଆଣିବାକୁ କାହିଁକି ଲାଗିଲା ୧୪ ବର୍ଷ ?
ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ।